ସାମର୍ଥ୍ୟ ଅନୁଯାୟୀ ଖେଳିବାକୁ ପଡ଼ିବ: କାର୍ତ୍ତିକ

କଟକ: ଟେଷ୍ଟ ଓ ଦିନିକିଆ ପରେ ଭାରତୀୟ ଦଳ ଟେ୍ଵଣ୍ଟି-୨୦କୁ ମଧ୍ୟ ଜିତିବା ଲକ୍ଷ୍ୟରେ ରହିଛି। ତେବେ ଏହି ଫଟାଫଟ୍‌ ଫର୍ମାଟରେ ଯୁବ ଖେଳାଳିଙ୍କ ଉପରେ ଅଧିକ ଧ୍ୟାନ ଦିଆଯାଇଛି। ଦଳରେ ୮୦ ପ୍ରତିଶତ ଖେଳାଳି ଆନ୍ତର୍ଜାତିକ କ୍ରିକେଟ ପାଇଁ ନୂଆମୁହଁ। ବହୁତ ଦିନ ପରେ ଏଭଳି ଦେଖିବାକୁ ମିଳୁଛି। ଯୁବ ଖେଳାଳିଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ତଥାପି ଦଳରେ ଥିବା ଅଭିଜ୍ଞ ଓ ନବାଗତଙ୍କ ମଧ୍ୟରେ ଟି-୨୦ ଅଭିଜ୍ଞତା ଅନେକ ରହିଛି।

ଆଇପିଏଲ୍‌ ଓ ଅନ୍ୟାନ୍ୟ ପେସାଦାର ଲିଗ୍‌ରେ ସମସ୍ତେ ଖେଳିସାରିଛନ୍ତି। ପ୍ରତ୍ୟେକ ପ୍ରତ୍ୟେକଙ୍କ ଶକ୍ତିକୁ ଭଲଭାବେ ତଉଲିଛନ୍ତି। ତେଣୁ ସାମର୍ଥ୍ୟ ଅନୁଯାୟୀ ଖେଳିଲେ ନିଶ୍ଚିତ ସଫଳତା ମିଳିବ ବୋଲି ଭାରତୀୟ ଦଳର ବରିଷ୍ଠ ସଦସ୍ୟ ଦୀନେଶ କାର୍ତ୍ତିକ କହିଛନ୍ତି। ବାରବାଟୀରେ ଭାରତକୁ ଘରୋଇ ପରିବେଶର ଫାଇଦା ମିଳିବ। ଆମ ପାଇଁ ଏହା ବହୁତ ଭଲ ଷ୍ଟାଡିୟମ ଓ ଦର୍ଶକମାନେ ମଧ୍ୟ ଭାରତକୁ ସମର୍ଥନ କରୁଛନ୍ତି। ତେଣୁ ମ୍ୟାଚ ବେଳେ ଯେତେ ଭିଡ଼ ରହିବ ଆମକୁ କ୍ରିକେଟ ଖେଳିବାକୁ ଆହୁରି ଭଲ ଲାଗିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର