ଚାନୁ ଦେଲେ ପ୍ରଥମ ସ୍ୱର୍ଣ୍ଣ

ରାକେଶ ପାତ୍ର ଫାଇନାଲ୍‌ରେ

ଗୋଲ୍‌ଡକୋଷ୍ଟ୍‍,: ଅଷ୍ଟ୍ରେଲିଆର ବ୍ରିସବନ୍‌ ଉପକୂଳ ଗୋଲ୍‌ଡକୋଷ୍ଟ୍‍ରେ ଗୁରୁବାର ଭାରତୀୟ ସୂର୍ଯ୍ୟ ଉଦୟ ହୋଇଛି। ମହିଳା ଭାରୋତ୍ତୋଳିକା ମୀରାବାଇ ଚାନୁ ସ୍ୱର୍ଣ୍ଣ ପଦକ ଜିତିବା ସହ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି। ସେହି ଭାରୋତ୍ତୋଳନରୁ ହିଁ ଭାରତ ଆଉ ଏକ ରୌପ୍ୟ ପଦକ ଜିତିଛି ଗୁରୁରାଜା ପୂଜାରୀଙ୍କ ପରାକ୍ରମ ଜରିଆରେ। ଚାନୁ ମହିଳା ବିଭାଗ ୪୮ କିଲୋଗ୍ରାମ ଏବଂ ଗୁରୁରାଜା ପୁରୁଷ ବିଭାଗ ୫୬ କିଲୋଗ୍ରାମ ଓଜନ ବର୍ଗରେ ଭାରତକୁ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଦେଇଛନ୍ତି। ଉଭୟ ନିଜ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ବେଳେ ଚାନୁ ଛ’ ଛଟି ରାଜ୍ୟଗୋଷ୍ଠୀ କୀର୍ତିମାନକୁ ନିଜ ନାମରେ କରି ନେଇଛନ୍ତି। ପ୍ରଥମ ଦିନର ପ୍ରତିଯୋଗିତା ଗୁଡ଼ିକରେ ଭାରତକୁ ମହିଳା ହକି, ସନ୍ତରଣରେ ନିରାଶା ମିଳିଥିବା ବେଳେ ବ୍ୟାଡ୍‌ମିଣ୍ଟନ୍‌ରେ ଯୁଗଳ ବିଜୟ ଏବଂ ଟେବୁଲ୍‌ ଟେନିସ୍‌ରେ ଭାରତୀୟ ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ସେହିଭଳି ଓଡ଼ିଆଙ୍କ ନଜରରେ ଥିବା ଜିମ୍ନାଷ୍ଟ ରାକେଶ ପାତ୍ରଙ୍କ ଚକ୍‌ମା ମଧ୍ୟ ତାଙ୍କୁ ଚମତ୍କାର ରାଜ୍ୟଗୋଷ୍ଠୀ ପଦାର୍ପଣ ଦେଇଛି। ବିବାଦୀୟ ପରିସ୍ଥିତିରେ ଅଷ୍ଟ୍ରେଲିଆ ଗସ୍ତ କରିଥିବା ରାକେଶ ରିଙ୍ଗ୍‌ସ ଫାଇନାଲ୍‌ରେ ପ୍ରବେଶ କରି ପଦକ ଆଶା ଦେଖାଇଛନ୍ତି।
(ବିସ୍ତତ ବିବରଣୀ ଖେଳ ପୃଷ୍ଠା)

ସମ୍ବନ୍ଧିତ ଖବର