ତାସ ଘର ପରି ଭୂୁଶୁଡ଼ିଲା ଭାରତର ବ୍ୟାଟିଂ, ନ୍ୟୁଜିଲାଣ୍ଡ ସମ୍ମୁଖରେ ୯୩ରନ୍‌ର ବିଜୟ ଲକ୍ଷ୍ୟ

ହାମିଲଟନ୍‌ : ଆଜି ହାମିଲଟନ୍‌ ଠାରେ ଅନୁଷ୍ଠିତ ୪ର୍ଥ ମ୍ୟାଚ୍‌ରେ ଟସ୍‌ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ନ୍ୟୁଜିଲାଣ୍ଡ ଆହ୍ଵାନ ଦେଇଛି। ନିୟମିତ ଅଧିନାୟକ ବିରାଟ କୋହଲି ଓ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିରେ ଖେଳୁଥିବା ଭାରତୀୟ ଦଳର ବ୍ୟାଟିଂ ଲାଇନ୍‌ ଅପ୍‌ ତାସ ଘର ପରି ଭୁଶୁଡ଼ି ପଡ଼ିଛି। ଭାରତର ନିୟମିତ ବ୍ୟାଟ୍ସମ୍ୟାନମାନେ ନ୍ୟୁଜିଲାଣ୍ଡର ବୋଲ୍ଟ ଓ ଗ୍ରାଣ୍ଡସହୋମଙ୍କ ବୋଲିଂ ସାମନା କରି ନ ପାରି ଜଣକ ପରେ ଜଣେ ପାଭିଲିୟନକୁ ଧାଡ଼ି ଲଗାଇଥିଲେ। ତେବେ ଆଜି ଭାରତୀୟ ଦଳର ବ୍ୟାଟିଂରେ ସବୁଠାରୁ ବଡ଼ ପାର୍ଟନରସିପ୍‌ କୁଳଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରେ ହୋଇଛି। ଏହି ଯୋଡ଼ି ୯ମ ଓ୍ଵିକେଟ ଯୋଡ଼ିରେ ୨୫ରନ୍‌ର ପାର୍ଟନରସିପ୍‌ କରିବାରେ ସମର୍ଥ ହୋଇଛନ୍ତି।ବ୍ୟକ୍ତିଗତ ଭାବେ ୧୮ ରନ୍‌ କରିଥିବା ଚହଲ ଭାରତର ଟପ୍‌ ରନ୍‌ ସ୍କୋରର ହୋଇଛନ୍ତି। ଭାରତ ୩୧ତମ ଓଭରରେ ମାତ୍ର ୯୨ରନ୍‌ରେ ସମସ୍ତ ଓ୍ଵିକେଟ ହରାଇ ନ୍ୟୁଜିଲାଣ୍ଡ ସମ୍ମୁଖରେ ମାତ୍ର ୯୩ରନ୍‌ର ବିଜୟ ଳକ୍ଷ୍ୟ ଧାର୍ଯ୍ୟ କରିଛି।

ଟସ୍‌ ଜିଣିବା ପରେ ନ୍ୟୁଜିଲାଣ୍ଡ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ପକ୍ଷରୁ ରେହିତ ଶର୍ମା ଓ ଶିଖର ଧାଓ୍ଵନ ବ୍ୟାଟିଂ ଓପନ କରିଥିଲେ। ତେବେ ଖେଳର ୬ଷ୍ଠ ଓଭରରେ ଭାରତର ସ୍କୋର ୨୧ ହୋଇଥିବା ବେଳେ ଶିଖର ଧାଓ୍ଵନ ବୋଲ୍ଟଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍‌ ହୋଇ ପାଭିଲିୟନ ଫେରିଥିଲେ। ଧାଓ୍ଵନଙ୍କ ଆଉଟ୍‌ ପରେ ରୋହିତ ଶର୍ମାଙ୍କ ସାଥ ଦେବା ପାଇଁ କ୍ରିଜ୍‌ରେ ପହଞ୍ଚିଥିଲେ ଜୀବନର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳୁଥିବା ପଞ୍ଜାବର ୧୯ ବର୍ଷୀୟ ଯୁବ ତାରକା ଶୁବମନ ଗିଲ୍‌।ତେବେ ଗିଲ ଓ ରୋହିତଙ୍କ ମଧ୍ୟରେ ବଡ଼ ପାର୍ଟନରସିପ୍‌ ଆରମ୍ଭ ପୂର୍ବରୁ ପୁଣି ଥରେ ବୋଲ୍‌ଟଙ୍କ ଦ୍ୱାରା କଟ୍‌ ଆଣ୍ଡ ବୋଲ୍‌ଡ ହୋଇ ରୋହିତ ଶର୍ମା ପାଭିଲିୟନ ଫେରଥିଲେ। ତା ପରି ଠାରୁ ଭାରତ ଆଉ ସଳଖି ଠିଆ ହୋଇ ପାରି ନାହିଁ। ବୋଲ୍‌ଟ ଓ ଗ୍ରାଣ୍ଡସହୋମଙ୍କ ବୋଲିଂର ସାମନ୍‌ା କରି ନ ପାରି ଭାରତୀୟ ବ୍ୟାଟିଂ ଲାଇନ୍‌ ଅପ୍‌ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଅମ୍ବାତି ରାଇଡୁ, ଦୀନେଶ କାର୍ତ୍ତିକଙ୍କୁ ଗଆଣ୍ଡସହୋମ୍‌ ଶୂନ୍ୟରେ ଆଉଟ କରିବା ପରେ ବୋଲ୍‌ଟ ପୁଣି ଥରେ ନବାଗତ ଗିଲଙ୍କୁ ଆଉଟ୍‌ କରି ଭାରତକୁ ଏହି ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ପଛକୁ ଠେଲି ଦେଇଛନ୍ତି। ପରେ ପରେ କେଦାର ଯାଦବଙ୍କୁ ମଧ ଏଲବିଡବ୍ଲ୍ୟୁ ଆଉଟ କରି ବୋଲ୍ଟ ତାଙ୍କର ୪ର୍ଥ ଓ୍ଵିକେଟ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଉଟ୍‌ ୍‌ କରି ୫ମଓ୍ଵିକେଟ ହାସଲ କରିଛନ୍ତି। ଟପ୍‌ ଅର୍ଡରରେ କେବଳ କେବଳ ଶିଖର ଧାଓ୍ଵନ(୧୩ ରନ)ଙ୍କୁ ଛାଡ଼ି ଆଉଟ୍‌ ହୋଇଥିବା ଅନ୍ୟ କୌଣସି ଭାରତୀୟ ବାଟ୍ସମ୍ୟାନ୍‌ ଦୁଇ ଅଙ୍କ ବିଶିଷ୍ଟ ରନ୍‌ ସଂଗ୍ରହ କରିବାରେ ସମର୍ଥ ହୋଇ ନାହିଁନ୍ତି। ମାତ୍ର ଶେଷ ଆଡକୁ ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା(୧୬ ରନ), କୁଲଦୀପ ଯାଦବ(୧୫) ଓ ଚହଲ (୧୮) ରନ କରିବା ସହିତ ବହୁ କଷ୍ଟରେ ଭାରତ ତାର ପୂର୍ବର ସର୍ବନିମ୍ନ ଦିନିକିଆସ୍କୋରକୁ ଅତିକ୍ରମ କରିବାରେ ସଫଳ ହୋଇଛି।


ନ୍ୟୁଜିଲାଣ୍ଡ ବୋଲିଂରେ ବୋଲ୍ଟଙ୍କୁ ଭରପୁର ସହାୟତା ଦେଇଛନ୍ତି ଗ୍ରାଣ୍ଡସହୋମ। ବୋଲ୍‌ଟ ଭାରତର ୫ଓ୍ଵିକେଟ ନେଇଥିବା ବେଳେ ଗ୍ରାଣ୍ଡହୋମ ୩ ଓ୍ଵିକେଟ ଅକ୍ତିଆର କରିଛନ୍ତି। ଗ୍ରାଣ୍ଡସହୋମ ପୂର୍ବରୁ ଅମ୍ବାତି ରାଇଡୁ, ଦୀନେଶ କାର୍ତ୍ତିଙ୍କ ଓ୍ଵିକେଟ ନେଇଥିବା ବେଳେ ତାଙ୍କର ଶେଷ ଶିକାର ହୋଇଥିଲେ ଭୁବନେଶ୍ୱର କୁମାର।
ସୂଚନାଯୋଗ୍ୟ ଯେ ଭାରତ ଏହି ମ୍ୟାଚ୍‌ରେ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ବିନା ପଡ଼ିଆକୁ ଓହ୍ଲାଇଛି। ଆଜି ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି ରୋହିତ ଶର୍ମା। ବିଶ୍ୱକପ୍‌ ପୂର୍ବରୁ ଆବଶ୍ୟକ ବିଶ୍ରାମ ପାଇଁ କୋହଲି ଆଜି ଓ େଓ୍ଵଲିଂଟନରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଶେଷ ମ୍ୟାଚ୍‌ ଏବଂ ତିନି ଟିକିଆ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ଖେଳିବେ ନାହିଁ।
ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଅମ୍ବାତି ରାୟୁଡୁ, ଶୁବମନ ଗିଲ୍‌, କେଦାର ଯାଦବ, ଦିନେଶ କାର୍ତ୍ତିକ, , ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, କେ ଖଲିଲ ଅହମ୍ମଦଓ ୟୁଜବେନ୍ଦ୍ର ଚହଲ।

ନ୍ୟୁଜିଲାଣ୍ଡ ଦଳ: କେନ୍‌ ଓ୍ଵିିଲିୟମସନ୍‌ (ଅଧିନାୟକ), ମାର୍ଟିନ ଗପ୍ଟଟଲ, କଲିନ ଡି ଗ୍ରାଣ୍ଡହୋମ, ରସ୍‌ ଟେଲର, ଟମ୍‌ ଲାଥମ, ଜେମ୍‌ସ ନିସାମ, ମିଚେଲ ସାଣ୍ଟନର, ଟଡ୍‌ ଆସଲେ, ଲୋକି ଫର୍ଗୁସନ୍‌, ମାଟ୍‌ ହେନରୀ, ଟ୍ରେଣ୍ଟ ବୋଲ୍‌ଟ।

ସମ୍ବନ୍ଧିତ ଖବର