୨୧ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୁଲିସ ନିକଟରେ ଆଜି ଜଣେ ନକ୍ସଲ କମାଣ୍ଡରଙ୍କ ସମେତ ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁଲିସ ମହାନିର୍ଦେଶକ ବିବେକାନନ୍ଦ ସିହ୍ନା, ଏସପି ଅଭିଷେକ ମୀନା, ୨୦୬ ସିଆରପିଏଫ କମାଣ୍ଡାଣ୍ଟ ବିଜେନ୍ଦର ସିଂହଙ୍କ ସମ୍ମୁଖରେ ଏହି ନକ୍ସଲମାନେ ଆତ୍ମସମର୍ପଣ କରିଥିଲେ। ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ସୋଡି ସୁରେଶ ଅରଫ ହାନ୍ଦା। ସୁରେଶ ନାମରେ ସରକାର ୧ ଲକ୍ଷ ଟଂକାର ପୁରସ୍କାର ରାଶି ଘୋଷଣା କରିଥିଲେ। ସମସ୍ତ ଆତ୍ମସମର୍ପଣ କରିଥିବା ମିଲିସିଆ ସଦସ୍ୟମାନେ କୋଣ୍ଟା ଏରିଆ କମିଟିର ସଦସ୍ୟ ଥିଲେ ବୋଲି ପୁଲିସ କହିଛି। ନକ୍ସଲଙ୍କ ସହ ମିଶି ବହୁ ହିଂସାରେ ଏମାନେ ଜଡ଼ିତ ଥିଲେ। ତେବେ ସଂଗଠନରେ ଏମାନଙ୍କୁ ନିର୍ଯାତନା ଦିଆଯାଉଥିବାରୁ ଏବଂ ପୁଲିସର ଘନ ଘନ ଚଢ଼ାଉରେ ଏମାନେ ଡରି ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି।

ସମ୍ବନ୍ଧିତ ଖବର