ଅନୁଗୋଳ: ମଙ୍ଗଳବାର ରାତିରେ ଆଠମଲ୍ଲିକ ସବ୍-ଡିଭିଜନର ହଣ୍ଡପା ରେଞ୍ଜ୍ ଅନ୍ତର୍ଗତ ସାପଘରା ଗ୍ରାମ ପଞ୍ଚାୟତର ହେମାମିରା ଗାଁ ପାଖ ଜଙ୍ଗଲ ନିକଟରେ ଥିବା ଧାନ ବିଲରେ ଗୋଟାଏ ଦନ୍ତାହାତୀର ମୃତ୍ୟୁ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମୃତ ଦନ୍ତାହାତୀର ବୟସ ୧୦ ରୁ ୧୧ ବର୍ଷ ମଧ୍ୟରେ ହେବ।
ହାତୀଟି ଧାନଫସଲ ଖାଇବାକୁ ବଣରୁ ବିଲକୁ ଗଡ଼ିଥିବା ବେଳେ ଉକ୍ତ ବିଲ ଚାରିପଟେ ଘେରା ଯାଇଥିବା ବିଜୁଳି ପ୍ରବାହିତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ମୁଖରେ ପଡ଼ିଥିଲା।
ବନ୍ୟ ବାର୍ହା ଦାଉରୁ ଫସଲ ରକ୍ଷା କରିବା ସହ ବାର୍ହା ଶିକାର ନିମନ୍ତେ ସମ୍ପୃକ୍ତ ଜମିରେ ବିଜୁଳି ତାର ଘେରାଯାଇଥିବା କଥା କୁହାଯାଉଛି।
ଖବର ପାଇ ରେଞ୍ଜର୍ ଚୈତନ୍ୟ ବେହେରା ଘଟନାସ୍ଥଳରେ ପହଞ୍ଚିଛନ୍ତି।
ଆଜି ମୃତ ଦନ୍ତାହାତୀର ଶବ ବ୍ୟବଚ୍ଛେଦ କରାଯିବ।