ଓଲଟି ପଡ଼ିଲା ୯ ଜଣ ଧାନକଟାଳିଙ୍କୁ ନେଇ ଯାଉଥିବା ଅଟୋ; ଜଣେ ମୃତ, ଅନ୍ୟ ଦୁଇଜଣ ସାଙ୍ଘାତିକ ଆହତ

ସମ୍ବଲପୁର: ସୋମବାର ସକାଳ ପ୍ରାୟ ୬: ୩୦ ସମୟରେ ମେଘପାଳ ରାସ୍ତାର ଝାରଗୁଲୁଣ୍ଡାରେ ଗୋଟାଏ ଅଟୋ-ରିକ୍ସା ଓଲଟି ପଡ଼ିବାରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ଦୁଇ ଜଣ ସାଙ୍ଘାତିକ ଆହତ ହୋଇଛନ୍ତି।

ମୃତ ବ୍ୟକ୍ତି ହେଉଛନ୍ତି ୪୫ ବର୍ଷିୟ କ୍ଷମାଶୀଳ ମିର୍ଦା।

ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଛି।

OD 15 A 9018 ନମ୍ବର ବିଶିଷ୍ଟ ଅଟୋରିକ୍ସାଟି ୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ଯାତ୍ରୀମାନେ ଶ୍ରମିକ ଶ୍ରେଣୀର ଏବଂ ସେମାନେ ଧାନ କାଟିବା ନିମନ୍ତେ ବିଲକୁ ଯାଉଥିଲେ। କୌଣସି କାରଣରୁ ଗାଡ଼ିଟି ସନ୍ତୁଳନ ରକ୍ଷା କରି ନ ପାରି ଓଲଟି ପଡ଼ି ରାସ୍ତା କଡ଼କୁ ଗଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ କ୍ଷମାଶୀଳଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର