ମହାରାଷ୍ଟ୍ର ରାଜନୀତିରେ ପୁଣି ନାଟକୀୟ ମୋଡ, ସୁପ୍ରିମକୋର୍ଟ ଶୁଣାଣି ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ଏନସିପି-କଂଗ୍ରେସ ଓ ଶିବସେନା

ମୁମ୍ବାଇ : ଆଜି ସମସ୍ତଙ୍କ ନଜର ସୁପ୍ରିମ କୋର୍ଟଙ୍କ ଉପରେ ରହିବ । କାରଣଆଉ କିଛି ସମୟପରେ ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ମାମଲାର ଶୁଣାଣି ଆରମ୍ଭ ହେବ । ତେବେ ଏହାର ଠିକ ପୂର୍ବରୁ ଆଉ ଏକ ନାଟକୀୟ ଘଟଣା ଘଟିଛି । ଏନସିପି-କଂଗ୍ରେସ ଓ ଶିବସେନା ପକ୍ଷରୁ ଏକ ପ୍ରତିନିଧିମଣ୍ଡଳ ମହାରାଷ୍ଟ୍ର ରାଜଭବନ ଯାଇ ରାଜ୍ୟପାଳଙ୍କୁ ଆବଶ୍ୟ ବିଧାୟକଙ୍କ ସମର୍ଥନ ଥିବା ଏକ ପତ୍ର ପ୍ରଦାନ କରିଛନ୍ତି । ଏଥିରେ ତିନିଦଳର ମୋଟ ପ୍ରାୟ ୧୪୦ରୁ ଅଧିକ ବିଧାୟକଙ୍କ ସ୍ୱାକ୍ଷର ଥିବା କୁହାଯାଉଛି ।

ଅନ୍ୟପକ୍ଷରେ ବିଦ୍ରୋହୀ ଏନସିପି ନେତା ଅଜିତ ପାଓ୍ଵାରଙ୍କୁ ବୁଝାଇବାକୁ ଯାଇଥିବା ବରିଷ୍ଠ ଏନସିପି ନେତା ଛଗନ ଭୁଜବଳ ବିଫଳ ହୋଇ ଫେରିଆସିଛନ୍ତି । ଅଜିତଙ୍କୁ ବୁଝାଇସୁଝାଇ ଫେରାଇ ଆଣିବାକୁ ଛଗନଙ୍କୁ କିଛିସମୟ ପୂର୍ବେ ଅଜିତଙ୍କ ଚର୍ଚ୍ଚଗେଟ ସ୍ଥିତ ବାସଭବନକୁ ପଠାଯାଇଥିଲା । ଏନସିପି ଶିବିରକୁ ଫେରିବାକୁ ଅଜିତ ମନାକରିଦେଇଛନ୍ତି ବୋଲି ଜଣାଯାଇଛି । ଶନିବାର ଦିନ ସକାଳେ ଅଜିତ କେତେକ ବିଦ୍ରୋହୀ ବିଧାୟକଙ୍କ ସହ ମହାରାଷ୍ଟ୍ର ଉପ-ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଥିଲେ ।

ସମ୍ବନ୍ଧିତ ଖବର