ପୁଲିସ-ଆଇନଜୀବୀ ବିବାଦ : ଡିସିିପିଙ୍କୁ ଲିଗାଲ୍‌ ନୋଟିସ୍‌

କଟକ : ଆଇନଜୀବୀ-ପୁଲିସ ବିବାଦର ସମାଧାନ ବୈଠକ ପ୍ରସଙ୍ଗକୁ ନେଇ ଏବେ ବିବାଦ ବଢିଛି। ବୈଠକରେ କ୍ରିମିନାଲ୍‌ କୋର୍ଟସ୍‌ ବାର‌୍‌ ଆସୋସିଏସନ୍‌ ସମ୍ପାଦକ ଆଇନଜୀବୀ ପ୍ରଦୀପ କୁମାର ପରିଡ଼ା ଉପସ୍ଥିତ ନଥିବା ବେଳେ ପୁଲିସ ତାଙ୍କ ନାମ ପ୍ରେସ୍‌ ବିବୃତ୍ତିରେ ଦର୍ଶାଇଥିବା ଅଭିଯୋଗ ହୋଇଛି। ଆଜି ଶ୍ରୀ ପରିଡ଼ା ଡିସିପି ଅଖିଳେଶ୍ବର ସି˚ହଙ୍କୁ ଏକ ଲିଗାଲ୍‌ ନୋଟିସ୍‌ ପଠାଇଛନ୍ତି। ଏହି ବୈଠକରେ ମଧ୍ୟ ଆଇନଜୀବୀ ନରେଶ ଚନ୍ଦ୍ର ଜେନା ଉପସ୍ଥିତ ନଥିବା ବେଳେ ପୁଲିସ ପ୍ରେସ୍‌ ବିବୃତ୍ତିରେ ତାଙ୍କ ନାମ ଉଲ୍ଲେଖ କରି ଗତକାଲି ସ୍ପଷ୍ଟୀକରଣ ଦେଇଥିଲା।

ସୂଚନା ଅନୁଯାୟୀ, ଆଇନଜୀବୀଙ୍କୁ ପୁଲିସର ମାଡ଼ ପ୍ରତିବାଦରେ ଆନ୍ଦୋଳର ସମାଧାନ ପାଇଁ ସେପ୍ଟେମ୍ବର ୨୫ ତାରିଖରେ ନରାଜ ଆଇବିରେ କମିସନରେଟ୍‌ ପୁଲିସ ବୁଝାମଣା ବୈଠକ ଡାକିଥିଲା। ଏଥିରେ ଆଇନଜୀବୀଙ୍କ ପ୍ରିତିନିଧି ଦଳ ଯୋଗ ଦେଇଥିଲେ। କିନ୍ତୁ ଏହି ବୈଠକରେ କ୍ରିମିନାଲ୍‌ କୋର୍ଟସ ବାର‌୍‌ ଆସୋସିଏସନ୍‌ ସମ୍ପାଦକ ଶ୍ରୀ ପରିଡ଼ା ଅନୁପସ୍ଥିତ ଥିବାବେଳେ ତାଙ୍କ ନାମ ଡିସିପିଙ୍କ ଏକ ପ୍ରେସ୍‌ ବିବୃତ୍ତି ଆଧାରରେ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଆଜି ଏହାକୁ ଶ୍ରୀ ପରିଡ଼ା ନିନ୍ଦା କରିଛନ୍ତି। ଅନ୍ୟପଟେ ଡିସିପି ଅଖିଳେଶ୍ବର ସି˚ହ ଲିଗାଲ୍‌ ନୋଟିସ୍‌ର ଉତ୍ତର ଦିଆଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର