ଦୁର୍ଘଟଣାରେ ମିସେସ୍‌ ଏସିଆ ପ୍ୟାସିଫିକ୍‌ ପ୍ରିୟଦର୍ଶିନୀ ଗୁରୁତର

ସମ୍ବଲପୁର: ଚାରି ଦିନ ତଳେ ମିସେସ୍‌ ଏସିଆ ପ୍ୟାସିଫିକ ୨୦୧୮ ଟାଇଟଲ୍‌ ଅର୍ଜନ କରିଥିଲେ ସମ୍ବଲପୁରର ପ୍ରିୟଦର୍ଶିନୀ ପଣ୍ଡା। ଏଥିପାଇଁ ଛୁଟୁଥିଲା ଅଭିନନ୍ଦନର ସୁଅ। ଶନିବାର ଏ ନେଇ ସମ୍ବଲପୁରରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ ହେବାର ଥିଲା। ଏଥିରେ ଯୋଗଦେବାକୁ ରାୟପୁରରୁ ସମ୍ବଲପୁରକୁ କାରରେ ଗାଡ଼ିରେ ଫେରୁଥିବାବେଳେ ସଂଧ୍ୟା ୬.୩୦ ରେ ଟ୍ରକ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାରେ ପ୍ରିୟଦର୍ଶିନୀ, ତାଙ୍କ ଶାଶୂ ରେଖା ଉଦ୍‌ଗାତା, ଶ୍ୱଶୁର ମହେଶ୍ୱର ମିଶ୍ରଙ୍କ ସହିତ ଦୁର୍ଘଟଣାର ଶିକାର ହୋଇଛନ୍ତି। ତିନି ଜଣଙ୍କୁ ଶ୍ରୀ ନାରାୟଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତିନି ଜଣଙ୍କ ମୁଣ୍ଡରେ ଆଘାତ ଲାଗିଛି। ପ୍ରିୟଦର୍ଶିନୀଙ୍କ ମସ୍ତିଷ୍କ ସ୍କାନିଂ ପାଇଁ ପରାମର୍ଶ ଦିଆଯାଇଛି। ଶାଶୂ ଏବଂ ଶ୍ୱଶୁରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ସହିତ ଥିବା ପ୍ରିୟଦର୍ଶିନୀଙ୍କ ଦୁଇ ପୁଅଙ୍କ ଅବସ୍ଥା ସ୍ଥିର ରହିଛି। ସବିଶେଷ ରିପୋର୍ଟ ଅନୁସାରେ ପ୍ରିୟଦର୍ଶିନୀ ବିପଦମୁକ୍ତ ଥିବାବେଳେ ତାଙ୍କ ଶାଶୂ ରେଖାଙ୍କୁ ଆଇସିୟୁରୁ ବାହାର କରାଯାଇଛି। ଶ୍ୱଶୁର ମହେଶ୍ୱରଙ୍କ ଗୋଡ଼ ହାତ ଭାଙ୍ଗି ଯାଇଥିବା ଜଣାଯାଇଛି। ସେ ଏବେ ମଧ୍ୟ ଆଇସିୟୁରେ ଅଛନ୍ତି।

ସମ୍ବନ୍ଧିତ ଖବର