କଟକ,ଢ଼େଙ୍କାନାଳ ଓ ଜଗତସିଂହପୁର ସମେତ ଏହି ସ୍ଥାନମାନଙ୍କରେ ବର୍ଷା ସହିତ କୁଆପଥର ମାଡ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୯ଟି ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ସହିତ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ଏହି ସମୟରେ ପବନର ବେଗ ୫୦ରୁ ୬୦କିଲୋମିଟର ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ସମୟରେ ଘରୁ ବାହାରିବା ବିପଦପୂର୍ଣ୍ଣ ରହିଛି ବୋଲି ଆଞ୍ଚଳିକ ପାଣିପାଗକେନ୍ଦ୍ର ସତର୍କ ସୂଚନା ଜାରି କରିଛି। ବିଜୁଳି ମାରୁଥିବା ସମୟରେ କୌଣସି ବୈଦ୍ୟୁତିକ ସାମଗ୍ରୀ ବ୍ୟବହାର ନ କରିବାକୁ ବି କୁହାଯାଇଛି।

ରାଜ୍ୟର କେନ୍ଦୁଝର,ମୟୂରଭଞ୍ଜ,ବାଲେଶ୍ୱର,ଭଦ୍ରକ,ଯାଜପୁର,ମାଲକାନଗିରି,କୋରାପୁଟ,ରାୟଗଡ଼ା,ଗଜପତି,କନ୍ଧମାଳ, କୋରାପୁଟ,ଗଞ୍ଜାମ,ଜଗତସିଂହପୁର, ଢ଼େଙ୍କାନାଳ,କଟକ,ଖୋର୍ଦ୍ଧା,ନୟାଗଡ଼,ପୁରୀ ଓ ଅନୁଗୁଳ ଆଦି ଅଞ୍ଚଳରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ବର୍ଷା ସହିତ କୁଆପଥର ମାଡ ମଧ୍ୟ ହୋଇପାରେ। ଏହି କ୍ରମରେ ଟିଟଲାଗଡ଼ରେ ସର୍ବାଧିକ ତାପମାତ୍ର ୪୧.୫ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ସର୍ବନିମ୍ନ ତାପମାତ୍ର ୧୯.୦ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ସମ୍ଭାବନା ରହିଛି। ଓଡ଼ିଶାର ଅନ୍ୟ ସ୍ଥାନମାନଙ୍କରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ। ସେହିପରି ଦକ୍ଷିଣ ଓଡ଼ିଶାର ପାଗରେ ସେପରି କିଛି ପରିବର୍ତ୍ତନ ଦେଖା ଦେଇ ନାହିଁ।

ସମ୍ବନ୍ଧିତ ଖବର