ଉଜ୍ଜଳା ସଚେତନତା ଅଭିଯାନ ଆରମ୍ଭ : ସାରା ରାଜ୍ୟରେ ବୁଲିବ ଏଲ୍‌ଇଡି ଭ୍ୟାନ୍‌

ଭୁବନେଶ୍ୱର : ଉଜ୍ଜଳା ଯୋଜନା ସମ୍ପର୍କରେ ଜନସଚେନତା ସୃଷ୍ଟି ଉଦ୍ଦେଶ୍ୟରେ ଅଭିଯାନ ଆଜି ଠାରୁ ଆରମ୍ଭ ହୋଇଛି। ଏଥିରେ ସାରା ରାଜ୍ୟରେ ୬ଟି ଉଜ୍ଜଳା ଭ୍ୟାନ୍‌ ବୁଲିବ। ଭୁବନେଶ୍ୱରରେ ଏହାକୁ ଉଦ୍‌ଘାଟନ କରି କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଏବେ ସାରା ଦେଶରେ ଆଦୃତ ହେବାରେ ଲାଗିଛି। ୧୯୫୪ ମସିହାରୁ ଏଲ୍‌ପିଜି ବ୍ୟବହାର ଆରମ୍ଭ ପରେ ୨୦୧୪ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ୨୦ ଲକ୍ଷ ଗ୍ୟାସ୍‌ ସଂଯୋଗ ଥିଲା ବେଳେ ଗତ ୪ ବର୍ଷରେ ୫୨ ଲକ୍ଷ ନୂଆ ସଂଯୋଗ ହୋଇଛି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ସାରା ଦେଶରେ ୫ କୋଟି ଗ୍ୟାସ୍‌ ସଂଯୋଗ ଦିଆଯାଇଥିଲା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୩୩ ଲକ୍ଷରେ ପହଞ୍ଚିଛି। ଏଲ୍‌ପିଜି ହିତାଧିକାରୀଙ୍କ ମଧ୍ୟରେ ଏହାର ବ୍ୟବହାର, ସୁରକ୍ଷା ଉପରେ ଅଧିକ ଜାଗରଣ ଓ ସଚେତନତାର ଆବଶ୍ୟକତା ରହିଛି। ଉଜ୍ଜଳା ଗ୍ୟାସ୍‌ ସଂଯୋଗ ନେଇଥିବା ୮୦ ପ୍ରତିଶତ ହିତାଧିକାରୀ ବର୍ତ୍ତମାନ ସୁଦ୍ଧା ୬ ନମ୍ବର ରିଫିଲିଙ୍ଗ୍‌ କଲେଣି।

ସାରା ଦେଶରେ ଉଜ୍ଜଳା ରଥ ବୁଲିବା ଆରମ୍ଭ ହୋଇଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ପିଲା ଦିନର କଥାକୁ ନେଇ ଚଲୋ ଜିତେହେଁ ନାମରେ ଏକ ଫିଲ୍ମ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରାଯିବା ସହ ଏହି ଯୋଜନାର ସୁରକ୍ଷା ଓ ସଚେତନତାର ବାର୍ତ୍ତା ଦିଆଯିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର