ନୂଆଦିଲ୍ଲୀ : ଖରାଦିନେ ସାଧାରଣତଃ ବଜାରରେ ଅନେକ ପ୍ରକାରର ଫଳ ମିଳିଥାଏ । ସେଥିମଧ୍ୟରୁ ପ୍ରାୟତଃ ତରଭୁଜ ଖାଇବା ପାଇଁ ଲୋକ ଚାତକ ଭଳି ଅପେକ୍ଷା କରି ବସିଥାନ୍ତି । ତରଭୁଜ ପାଟିକୁ ଯେତିକି ସୁଆଦିଆ ଲାଗିଥାଏ ଶରୀର ପ୍ରତି ମଧ୍ୟ ସେତିକି ସ୍ୱାସ୍ଥ୍ୟକର ହୋଇଥାଏ । ଖରାଦିନେ ସାଧାରଣତଃ ଶରୀରରେ ଜଳୀୟ ଅଂଶ କମ ହୋଇଥିବା ବେଳେ ତରଭୁଜ ଶରୀରକୁ ସଠିକ ପରିମାଣର ଜଳ ଯୋଗାଇଥାଏ । ତେବେ ଆସନ୍ତୁ ଜାଣିବା ତରଭୁଜ ଖାଇବା ଉପକାରିତା ସଂପର୍କରେ…
Sambad is now on WhatsApp
Join and get latest news updates delivered to you via WhatsApp
ତରଭୁଜ ଖାଇବା ଦ୍ୱାରା ଶରୀରରେ ଜଳୀୟଅଂଶର ପରିମାଣ ସଠିକ ରହିବା ସହ ଲାଇକୋପିନ୍ର ପରିମାଣ ବଢ଼ାଇଥାଏ । ଯାହା ଦ୍ୱାରା ଅନେକ ପ୍ରକାରର ହୃଦରୋଗରୁ ରକ୍ଷା ମିଳିଥାଏ ।
ତରଭୁଜ ଖାଇବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ପେଟ ଭରପୁର ରହିଥାଏ । ଯାହା ଦ୍ୱାରା କମ ଭୋକ ଲାଗିବା ସହ ବିଭିନ୍ନ ଅଦରକାରୀ ଜିନିଷ ଖାଇବାରୁ ମନକୁ ନିବୃତ ରଖିଥାଏ । ଏଣୁ ଓଜନ କମ ହେବା ସହ ଅଦରକାରୀ ମେଦ ହ୍ରାସ କମ୍ ହୋଇଥାଏ ।
ତରଭୁଜରେ ଜଳୀୟଅଂଶ ଅଧିକ ପରିମାଣର ଥିବାରୁ ଏହା ତ୍ୱଚାକୁ ଶୁଷ୍କ ହେବାରୁ ରକ୍ଷା କରିଥାଏ । ଏହା ଦ୍ୱାରା ତ୍ୱଚାରେ ଚମକ ରହିବା ସହ ଥକାପଣ ଦୂର ହୋଇଥାଏ ।
ତରଭୁଜ ଖାଇବା ଦ୍ୱାରା ପେଟ ଜନିତ ରୋଗ ଦୂର ହେବା ସହ ଏହାର ଜୁସ ପିଇବା ଦ୍ୱାରା ଗ୍ୟାସ ଜନିତ ରୋଗ ଦୂର ହୋଇଥାଏ । ଏହା ଦ୍ୱାରା ପାଚନ କ୍ରିୟା ସଠିକ ମଧ୍ୟ ହୋଇଥାଏ ।