ଭୁବନେଶ୍ୱର: ମହାପ୍ରଭୁଙ୍କ ବରାଦି ମହାପ୍ରସାଦ ୩ଦିନ ହେଲା ବାହାରି ପାରି ନଥିବାରୁ ହଜାର ହଜାର ଭକ୍ତଙ୍କ ଭାବନାରେ ଆଘାତ ସୃଷ୍ଟି ହୋଇଛି। ସେମାୟତମାନେ ବୁଧବାର ମହାପ୍ରଭୁଙ୍କ କୋଠଭୋଗ ମହାପ୍ରସାଦ ଶ୍ରୀମନ୍ଦିର ସିଂହଦ୍ୱାରା ସମ୍ମୁଖରେ କିଛି ଭକ୍ତଙ୍କୁ ବାଣ୍ଟିଛନ୍ତି। ସକାଳ ଧୂପ ପରେ ଶ୍ରୀଜୀଉଙ୍କ ନିକଟରେ ହୋଇଥିବା କୋଠଭୋଗ ମହାପ୍ରସାଦକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟାଯାଇଛି। ସେ ଯାହା ହେଉ ୨ ଦିନ ପର୍ଯ୍ୟନ୍ତ ମହାପ୍ରସାଦ ମିଳି ନଥିଲେ ମଧ୍ୟ ଆଜି କୋଠଭୋଗ ମିିଳିଥିବାରୁ ଭକ୍ତଙ୍କୁ ଖୁସି ମିଳିଛି। ସୁଆର ମହାସୁଆରଙ୍କ ଶ୍ରୀମନ୍ଦିର ପ୍ରଶାସନ ସହ ବିବାଦ ଚାଲିଥିବାରୁ ଅବଢ଼ା ପ୍ରସ୍ତୁତ ହୋଇପାରି ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ସୁଆର ଓ ମହାସୁଆର ନିଯୋଗ ନୀତି ଶୃଙ୍ଖଳିତ କରିବା ଦାବି କରିଛି। ଅନ୍ୟପଟରେ ବରାଦୀ ମହାପ୍ରସାଦ ନପାଇବାରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁଁ ୨ଦିନ ଧରି ଶ୍ରୀମନ୍ଦିର ନୀତିରେ ମହାବିଭ୍ରାଟ ଘଟିଥିଲା। ବହୁ ବାଦବିବାଦ ପରେ ଆଜି ତୃତୀୟ ଦିନରେ ନୀତିକ୍ରାନ୍ତ ଶୃଙ୍ଖଳିତ ହୋଇଛି। କିନ୍ତୁ ଦୁଃଖର ବିଷୟରେ ଆଜି ବି ଭକ୍ତ ମହାପ୍ରସାଦ ପାଇ ନାହାନ୍ତି। ସୂଚନାଯୋଗ୍ୟ ଆନନ୍ଦ ବଜାରରେ ଦିନକୁ ୧୫ ହଜାରରୁ ଅଧିକ ଭକ୍ତ ଅବଢ଼ା ଖାଇଥାନ୍ତି।
ତିନି ଦିନ ହେବ ଶ୍ରୀମନ୍ଦିର ବିଶୃଙ୍ଖଳା ଦେଇ ଗତି କରୁଥିବା ବେଳେ ବିଧାନସଭାରେ ଆଜି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଠାକୁର ଉପବାସ ରହିବା ଖବର ମିଛ, କିନ୍ତୁ ନୀତିକାନ୍ତିରେ ବିଳମ୍ବ ହୋଇଛି। ସେ କହିଛନ୍ତି, ସୂପକାର ଅସହଯୋଗ କରୁଥିବାରୁ ବରାଦି ମହାପ୍ରସାଦ ବାହାରି ପାରୁ ନାହିଁ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗତ ଏପ୍ରିଲ ୧୬ରେ ଜଗମୋହନ ଖୋଲାହେବା ବେଳେ ନୀତିକାନ୍ତିରେ ବିଳମ୍ବ ଘଟିଥିଲା। ପରଦିନ ରୋଷ ଘରେ ପ୍ରାୟ ୭-୮ ଟ୍ରକ ଅମୁଣିଆ ମହାପ୍ରସାଦ ପୋତା ହେବା, ରୋଷ ଘର ଧୂଆ ହେବାରୁ ନୀତି ବିଳମ୍ବ ହୋଇଥିଲା ବୋଲି ପ୍ରତାପ ଜେନା କହିଛନ୍ତି।