ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାରେ ରବିବାର ଦୁଇଟି ଭିନ୍ନ ଦୁର୍ଘଟଣାରେ ୨୪ ଜଣ ଲୋଙ୍କର ମୃତ୍ୟୁ ଘଟିଥିବା ବେଳେ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରଥମ ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ତେଲେଙ୍ଗାନାର ୟାଦାରି ଜିଲ୍ଲାର ମୁସି ନଦୀରେ ଯାଉଥିବା ବେଳେ ଟ୍ରାକ୍ଟର ଓଲଟିବାରୁ ୧୫ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେହିଭଳି ଆନ୍ଧ୍ର ପ୍ରଦେଶ ରାଜ୍ୟ ସଡ଼କ ପରିବହନ ନିଗମର ବସ ଏକ ଅଟୋକୁ ଧକ୍କା ଦେବାରୁ କର୍ଣ୍ଣୋଲ ଜିଲ୍ଲାରେ ୯ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
24 people killed, 19 injured in two road accidents in #Telangana & #AndhraPradesh
READ MORE: https://t.co/IucO0YRfbo pic.twitter.com/Pfx2e6kES1— Doordarshan News (@DDNewsLive) June 24, 2018
ୟାଦାରି ଜିଲ୍ଲା ପୁଲିସ କହିଛି, ଟ୍ରାକ୍ଟରରେ ୩୦ ଜଣ ଶ୍ରମିକ ବିଲରେ କାମ କରିବାକୁ ଯାଉଥିଲେ। ଭୁଲ ରାସ୍ତାରେ ଯାଉଥିବା ଏକ ବାଇକକୁ ବଞ୍ଚାଇବା ପାଇଁ ଟ୍ରାକ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଟ୍ରାକ୍ଟର ଡ୍ରାଇଭର ବାଇକ ଚାଳକକୁ ବଞ୍ଚାଇବାକୁ ଉଦ୍ୟମ କରି ବି ବିଫଳ ହୋଇଥିଲେ। କିନ୍ତୁ ବାଇକ ଆସି ସିଧାସଳଖ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଏହା ପରେ ଟ୍ରାକ୍ଟରଟି ପୋଲ ଉପରୁ ମୁସି ନଦୀକୁ ଖସି ପଡ଼ିଥିଲା। ଜିଲ୍ଲାପାଳ ଅନିତା ରାମଚନ୍ଦ୍ରନ ଘଟଣାକୁ ମନିଟରିଙ୍ଗ କରୁଛନ୍ତି। ସେ କହିଛନ୍ତି ଦୁର୍ଘଟଣାରେ ୧୪ ଜଣ ମହିଳା ଓ ଜଣେ ଶିଶୁର ମୃତ୍ୟୁ ଘଟିଛି। ଆହତମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।