ହାଇଦ୍ରାବାଦ୍: ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ରବିବାର ୩ୟ ଦିନରେ ଜାରି ଥିବା ଦ୍ୱିତୀୟ ତଥା ଶେଷ ଟେଷ୍ଟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସରେ ୩୧୧ ରନ୍ ଓ ଦ୍ୱିତୀୟ ଇନିଂସରେ ୧୨୭ ରନ୍ରେ ଅଲଆଉଟ କରିବା ପରେ ଭାରତକୁ ମ୍ୟାଚ ବିଜୟ ପାଇଁ ୭୨ ରନ୍ ଦରକାର ଅଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତ ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ ହରାଇ ୩୬୭ ରନ୍ ସଂଗ୍ରହ କରିବା ପରେ ୱେଷ୍ଟଇଣ୍ଡିଜ ନିଜର ଦ୍ୱିତୀୟ ପାଳି ଖେଳିଥିଲା। ପ୍ରଥମ ପାଳି ଆଧାରରେ ଭାରତ ୫୬ ରନ୍ ଅଗ୍ରଣୀ ଥିଲା। ଏହା ପରେ ୱେଷ୍ଟଇଣ୍ଡିଜ ୨ୟ ପାଳିରେ ୧୨୭ ରନ୍ରେ ଅଲ୍ ଆଉଟ୍ ହୋଇଥିଲା। ଫଳରେ ଭାରତକୁ ୭୨ ରନ୍ ବିଜୟ ଟାର୍ଗେଟ ମିଳିଛି।
ଭାରତ ଏକ ସଙ୍କଟଜନକ ପରିସ୍ଥିତିରେ ପହଞ୍ଚିଥିଲା। କିନ୍ତୁ ରାହାଣେ ଓ ପନ୍ତ ୫ମ ଓ୍ଵିକେଟ ପାଇଁ ୧୪୨ ରନ୍ ଭାଗିଦାରୀ ହୋଇଛନ୍ତି। ପନ୍ତ ନିଜର ଇନିଂସରେ ଏପର୍ଯ୍ୟନ୍ତ ୧୨୦ ବଲ ଖେଳି ୧୦ ଚୌକା ଓ ଗୋଟିଏ ଛକା ମାରିଥିବା ବେଳେ ରାହାଣେ ୧୭୪ ବଲ ଖେଳି ୬ଟି ଚୌକା ମାରିଛନ୍ତି।
ଟିମ୍ ଇଣ୍ଡିଆ ପ୍ରଥମ ଓ୍ଵିକେଟ ଭାବରେ ଲୋକେଶ ରାହୁଲଙ୍କୁ ହରାଇଥିଲା। ଓପନର ରାହୁଲ ପୁଣି ଥରେ ବିଫଳ ହୋଇଛନ୍ତି ଓ ସେ ୯ମ ଥର ପାଇଁ ବୋଲ୍ଡ ଅଥବା ଏଲବିଡବ୍ଲୁ ହୋଇ ପାଭଲିଅନ ଫେରିଛନ୍ତି। ଏହି ଇନିଂସରେ ରାହୁଲଙ୍କୁ ଜେସନ ହୋଲଡର ବୋଲ୍ଡ କରିଥିଲେ।
ଲୋକେଶ (୪ରନ୍) ପାଭଲିଅନ ଫେରିବା ବେଳକୁ ଭାରତର ସ୍କୋର ୬୧ ରନ୍ ଥିଲା। ସେହିଭଳି ପୃଥ୍ଵୀ ସ(୭୦ ରନ୍) ଆଉଟ ହେବା ବେଳକୁ ସ୍କୋର ୯୮ ରନ୍ ଥିବା ବେଳେ ଚେତେଶ୍ୱର ପୂଜାରା ମାତ୍ର ୧୦ ରନ ଯୋଗଦାନ ଦେଇ ପାଭଲିଅନ ଫେରିଥିଲେ। ଅଧିନାୟକ ବିରାଟ କୋହଲି (୪୫)ଙ୍କ ଓ୍ଵିକେଟଙ୍କୁ ଭାରତ ୧୬୨ ରନ୍ରେ ହରାଇଥିଲା।