ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ତୃତୀୟ ବାଳିକା ଏସୀୟ ରଗ୍ବି ସେଭେନ୍ସ ପ୍ରତିଯୋଗିତାରେ ଭାରତ ପ୍ରଥମ ଥର ପୋଡିୟମରେ ପହଞ୍ଚିବା େନଇ ଆଶାବାଦୀ ରହିଛି। ବିଗତ ଦୁଇ ସଂସ୍କରଣ ୟୁଏଇର ଦୁବାଇରେ ଅନୁଷ୍ଠିତ ହୋଉଥିବା ବେଳେ ଭାରତ ଯଥାକ୍ରମେ ତୃତୀୟ ଓ ଚତୁର୍ଥରେ ରହିଥିଲା। ଏଥର ଆମେ ପଦକ (ପ୍ରଥମ ୩ ସ୍ଥାନ) ହାସଲ ଆଶା ରଖିଛୁ ବୋଲି କହିଛନ୍ତି ଭାରତୀୟ ରଗ୍ବି ଦଳର ପ୍ରବଂଧକ ତଥା ପୁରୁଷ ଦଳର ପୂର୍ବତନ ଅଧିନାୟକ ନାସିର୍ ହୁସେନ। ବିଗତ କିଛି ବର୍ଷ ହେବ ଓଡ଼ିଶାର ବାଳକ ଓ ବାଳିକାମାନେ ଜାତୀୟ ସ୍ତରରେ ଭଲ ପ୍ରଦର୍ଶନ କରି ଆସୁଛନ୍ତି। ସେ ଦୃଷ୍ଟିରୁ ଏସୀୟ ବାଳିକା ସେଭେନ୍ସ ପ୍ରତିଯୋଗିତା ଭୁବନେଶ୍ବରରେ ଆୟୋଜିତ ହେବା ସବୁଠାରୁ ଉପଯୁକ୍ତ ସ୍ଥାନ ବୋଲି କହିଥିଲେ ନାସିର। ଆମେ ଏହି ପ୍ରତିଯୋଗିତାକୁ ନେଇ ମଧ୍ୟ ଢ଼େର ଉତ୍ସାହିତ ଓ ଇଲ୍ଲସିତ ଅଛୁ ବୋଲି କହିଥିଲେ ନାସିର। ଭାରତୀୟ ଦଳ ବିଗତ ୪ ସପ୍ତାହ ହେଲାଣି ଭୁବନେଶ୍ବରରେ ପ୍ରସ୍ତୁତି ଚଳାଇଥିବାବେଳେ ଗୁରୁବାର ସୁଦ୍ଧା ଅନ୍ୟ ସମସ୍ତ ଦଳ ପହଞ୍ଚି ସାରିଛନ୍ତି। ଭାରତରେ କୌଣସି ବୟସ ବର୍ଗର ବାଳିକା ଅନ୍ତର୍ଜାତୀୟ ରଗ୍ବି ପ୍ରତିଯୋଗିତାର ଏହା ପ୍ରଥମ ଘଟଣା ହେବ। ଏସିଆ ମହାଦେଶର ୧୨ ଦଳ ଯଥା ହଂକଂ, ଚୀନ, ୟୁଏଇ, ଫିଲିପାଇନ୍ସ, ଲାଓସ୍, କାତାର, ନେପାଳ, ଚାଇନିଜ୍ ତାଇପେ, ଶ୍ରୀଲଙ୍କା, ବାଂଲାଦେଶ, ଥାଇଲାଣ୍ଡ ଓ ଭାରତ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଭାରତରେ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା ପ୍ରଥମ ନୁହେଁ କିନ୍ତୁ ଏହା ବଡ଼ ବୟସ ବର୍ଗର ପ୍ରତିେଯାଗିତା ବୋଲି କହିଛନ୍ତି ପୂର୍ବତନ ଖେଳାଳି ତଥା ବଲିଉଡ୍ ଅଭିନେତା ରାହୁଲ ବୋଷ। ଭୁବନେଶ୍ବର ଖୁବ୍ ଶୀଘ୍ର ଦେଶର କ୍ରୀଡ଼ା ରାଜଧାନୀ ହେବାକୁ ଯାଉଛି ବୋଲି ମଧ୍ୟ ସ୍ବୀକାର କରିଥିଲେ ରାହୁଲ। ଏଠାକାର ଭିତ୍ତିଭୂମି, ହୋଟେଲ ଓ ରାସ୍ତାଘାଟ ଦେଖିଲା ପରେ ଏହାଠାରୁ ଭଲ ଭେନ୍ୟୁ ଆଉ ଏସୀୟ ରଗ୍ବି ସେଭେନ୍ସ ପାଇଁ ମିଳିନଥିନ୍ତା ବୋଲି ରାହୁଲ କହିଥିଲେ। ରଗ୍ବି ବଡ଼ ଖେଳ ନୁହେଁ କି ଏଥିପ୍ରତି ପ୍ରଶଂସକଙ୍କ ମଧ୍ୟରେ ପାଗଳାମି ନାହିଁ। କିନ୍ତୁ ଭାରତ ଟେଷ୍ଟ କ୍ରିକେଟରେ ୭୦ ବର୍ଷ ପରେ ଶୀର୍ଷରେ ପହଞ୍ଚିବା ଭଳିର ଆମକୁ ବି ସମୟ ଲାଗିବ। ୧୯୯୮ରେ ରଗ୍ବି ଭାରତ ଆସିବା ପରେ ରଗ୍ବି ଇଣ୍ଡିଆ ଏହାର ବିକାଶ ଦିଗରେ ଅଧିକ କାମ କରିଛି। ଫଳରେ ଦେଶର ୨୧୦ ଜିଲ୍ଲାରେ ଏହା ପ୍ରସାରିତ େହାଇପାରିଛି। ଦ୍ବିତୀୟତଃ ଏସୀୟ ରଗ୍ବି ସେଭେନ୍ସ ପ୍ରତିଯୋଗିତା ମହିଳା ସଶସ୍ତିକରଣର ଅନ୍ୟତମ ମାଧ୍ୟମ ହୋଇପାରିଛି। ୧୨ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ୫ ଜଣ ସ୍ଥାନ ପାଇବା ସବୁଠାରୁ ଉଲ୍ଲେଖନୀୟ ବିଷୟ। ପରବର୍ତୀ ୩ ଦିନ ଆମ ଚମତ୍କାର ରଗ୍ବି ଦେଖିବାକୁ ପାଇବା ବୋଲି କହିଥିଲେ ରାହୁଲ ବୋଷ। ଓଡ଼ିଶା ସରକାରଙ୍କ ସହଯୋଗକୁ ମଧ୍ୟ ରାହୁଲ ସାଧୁବାଦ ଜଣାଇଥିଲେ। ପରବର୍ତୀ ୫ ବର୍ଷ ଭିତରେ ଦେଶର ରଗ୍ବିର ବଡ଼ ଉତଥାନ ହେବାକୁ ଯାଉଛି ଏବଂ ଆମେ ଦେଶର ଶୀର୍ଷ ୬ ଖେଳରେ ସାମିଲ ହୋଇଯାଇଥିବୁ। ଗୁରୁବାରର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବସେବା ସଚିବ ବିଶାଲ କୁମାର ଦେବ, ଓଡ଼ିଶା ରଗ୍ବି ଫୁଟ୍ବଲ୍ ସଂଘ (ଓରଫା)ର ସଭାପତି ତଥା ବିଧାୟକ ପ୍ରିୟଦର୍ଶି ମିଶ୍ର, ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି ଉପସ୍ଥିତ ଥିଲେ। ଖୁବ୍ ଶୀଘ୍ର ଓଡ଼ିଶା ସରକାର ଏକ ରଗ୍ବି ଏକାଡେମି କଥା ବିଚାର କରୁଛନ୍ତି ବୋଲି ସଚିବ ବିଶାଲ କୁମାର ଦେବ ସୂଚନା ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ଦଳ: ସନ୍ଧ୍ୟା ରାଇ, ରୁଶ୍ମିତା ଅାେରାନ୍, ଆଶା ଅାେରାନ୍, ସ୍ବିଟି କୁମାରୀ, ସୁମିତ୍ରା ନାୟକ, ସୋନି ମାନ୍ଦାଙ୍ଗି, ଜେମାମଣି ନାଏକ, ଲିଜା ସର୍ଦାର, ପାର୍ବତୀ କିସ୍କୁ, ପ୍ରିୟା, ଅନିତା, ଋତୁଜା କର୍ଦାତ।
ସୁନୀଲ ଛେତ୍ରୀ, ସ୍ବପ୍ନା ବର୍ମନ, ରାହୁଲ ବୋଷ ମୁଖ୍ୟ ଆକର୍ଷଣ
ଶୁକ୍ରବାର ସଂଧ୍ୟା ୬ଟାରେ କଳିଙ୍ଗ ଷ୍ଟାଡିୟମ ମୁଖ୍ୟ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସୀୟ ରଗ୍ବି ସେଭେନ୍ସର ଆନୁଷ୍ଠାନିକ ଉଦଘାଟନ କରିବେ। ଏହି ଉତ୍ସବରେ ଭାରତୀୟ ଫୁଟ୍ବଲ୍ ଦଳର ତାରକା ଖେଳାଳି ସୁନୀଲ ଛେତ୍ରୀ, ସଦ୍ୟ ଏସୀୟ କ୍ରୀଡ଼ାରେ ହେପ୍ଟାଥଲନ ସ୍ବର୍ଣ୍ଣ ପଦକ ଜିତିଥିବା ସ୍ବପ୍ନା ବର୍ମନ ଏବଂ ପୂର୍ବତନ ରଗ୍ବି ଖେଳାଳି ତଥା ବଲିଉଡ୍ ଅଭିନେତା ରାହୁଲ ବୋଷ ମୁଖ୍ୟ ଆକର୍ଷଣ ହେବେ। ଏହା ପରେ ଭାରତ ଏବଂ ୟୁଏଇ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ େଖଳାଯିବ। ୭ ଜଣିଆ ଏହି ଖେଳ ୭ ମିନିଟ୍ ବିଶିଷ୍ଟ ଦୁଇ ଅର୍ଧେକରେ ଖେଳାଯିବ। ମଧ୍ୟାନ୍ତରରେ ୨ ମିନିଟର ବିରାମ ରହିବ। ପ୍ରଥମ ଦିବସରେ ମୋଟ ୬ ମ୍ୟାଚ ଖେଳାଯିବ। ଶନିବାରା ଓ ରବିବାର ମ୍ୟାଚ ଗୁଡ଼ିକ ଅପରାହ୍ନ ୧ଟାରୁ ରାତି ୯ ପର୍ଯ୍ୟନ୍ତ ଚାଲିବ। ରଗ୍ବି ଇଣ୍ଡିଆ ଏବଂ ଏସିଆ ରଗ୍ବିର ଫେସବୁକ ପୃଷ୍ଠାରେ ଏହା ସିଧାପ୍ରସାରିତ ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି।