ଭୁବନେଶ୍ବର: ରାଜଧାନୀର ସୌନ୍ଦର୍ଯ୍ୟକରଣରେ ବାଧକ ସାଜୁଥିବା ବୁଲା ଗୋରୁଙ୍କୁ ରାସ୍ତାରୁ ହଟାଇବା ଏବଂ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗାଈଗୋରୁଙ୍କୁ ସୁରକ୍ଷିତ ରଖିବା, ଗୋରୁ ଚୋରା ଚାଲାଣ ଉପରେ ରୋକ୍ ଲଗାଇବା ଲକ୍ଷ୍ୟରେ ବିଏମ୍ସି ପକ୍ଷରୁ ଆଜିଠାରୁ କାନରେ ଟ୍ୟାଗ୍ (ନୋଳିକରଣ) ଲଗାଯାଇଛି। ବିଏମ୍ସି ମେୟର ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତିରେ ଆଜି କଳିଙ୍ଗ ଷ୍ଟାଡିୟମ୍ ନିକଟସ୍ଥ ନୂଆପଲ୍ଲୀ ବେହେରା ସାହିରୁ ଏହି ଅଭିଯାନ ଆରମ୍ଭ ହୋଇଛି। ବିଏମ୍ସି ଓ ମତ୍ସପାଳନ ଏବ˚ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମିଳିତ ସହଯୋଗରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମାସକ ମଧ୍ୟରେ ୨ହଜାର ଗୋରୁଙ୍କ କାନରେ ଟ୍ୟାଗ୍ ଲଗାଇବାକୁ ଯୋଜନା ହୋଇଛି। ଏହି ଟ୍ୟାଗ୍ରେ ସେମାନଙ୍କ ମାଲିକଙ୍କ ମୋବାଇଲ୍ ନମ୍ବରରୁ ଆରମ୍ଭ କରି ଘର ଠିକଣା ସମେତ ସବିଶେଷ ତଥ୍ୟ ରହିବ। ଅଧିକରୁ ଅଧିକ ଲୋକ ଯେପରି ସେମାନଙ୍କ ଗୃହପାଳିତ ଗୋରୁଙ୍କର େନାଳିକରଣ କରିବେ ସେଥିପାଇଁ ଆଜିଠାରୁ ଦୁଇଟି ପ୍ରଚାର ଗାଡ଼ି ବୁଲିବା ଆରମ୍ଭ କରିଛି। ଏହାସହ ନିକଟସ୍ଥ ପଶୁ ଚିକିତ୍ସା କେନ୍ଦ୍ରରେ ମାଗଣାରେ ଏହି ସୁବିଧା ଉପଲବ୍ଧ ହେବ। େନାଳିକରଣ ପରେ ଯଦି ରାସ୍ତାରେ ଗାଈ ଓ ମଇଁଷି ବୁଲୁଥିବାର ଦେଖାଯାଏ ତେବେ ସେମାନଙ୍କୁ ଉଠାଇ ନେଇ ୟୁନିଟ-୩ସ୍ଥିତ କାଞ୍ଜିହୁଦାରେ ରଖାଯିବ। ଏହାପରେ ସେମାନଙ୍କ କାନରେ ଲାଗିଥିବା ଟ୍ୟାଗରୁ ମାଲିକଙ୍କ ନମ୍ବର ସଂଗ୍ରହ କରି ଫୋନ୍ କରି ଗାଈ/ମଇଁଷି ନେବାକୁ କୁହାଯିବ। ହଜାରେ ଟଙ୍କା ଜମା କରି ସେ ଗାଈ/ମଇଁଷି ଘରକୁ ନେଇପାରିବେ। ଯେତେଦିନ ଗାଈ/ମଇଁଷି କାଞ୍ଜିହୁଦାରେ ରହିବ ସେତେଦିନ ହଜାରେ ଟଙ୍କା ଲେଖାଏଁ ଜରିମାନା ଆଦାୟ ହେବ। ଯଦି ଗାଈ/ମଇଁଷି କାନରେ ଟ୍ୟାଗ୍ ଲାଗି ନଥିବ ତେବେ ଦିନକୁ ୧୫୦୦ଟଙ୍କା ହିସାବରେ ଜରିମାନା ଆଦାୟ କରାଯିବ। ଆଉ ତିନି ଦିନ ମଧ୍ୟରେ ଯଦି ଗାଈ/ମଇଁଷିକୁ କେହି ଆସି ନ ନିଅନ୍ତି ତେବେ ନିଲାମ ଡକାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜିର ଏହି କାର୍ଯ୍ୟକ୍ରମରେ ବିଏମ୍ସି ଷ୍ଟାଣ୍ତି˚ କମିଟିର (ଜନସ୍ବାସ୍ଥ୍ୟ)ର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର, ସ୍ଥାନୀୟ ୱାର୍ଡର କର୍ପୋରେଟର୍ ନବ କିଶୋର ବେହେରା, ୱାର୍ଡ-୩୮ କର୍ପୋରେଟର ନିଖିଲ ବଳବନ୍ତରାୟ, ବିଏମ୍ସିର ଡେପୁଟି କମିସନର (କ୍ୟାେଟଲ ଡ୍ରାଇଭ୍ ଏବଂ ଏବିସି କାର୍ଯ୍ୟକ୍ରମ) ଶୁଭ୍ରାଂଶୁ ମିଶ୍ର, ଉପଖଣ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଏସ୍ଡିଭିିଓ ଡାକ୍ତର ହରେକୃଷ୍ଣ ସାହୁ, ଭୁବନେଶ୍ବର ମଣ୍ତଳ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଚନ୍ଦ୍ର ଶେଖର ରଥ ଏବ˚ ବିଏମ୍ସିର ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୌଭାଗ୍ୟ ର˚ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।