ନୂଆଦିଲ୍ଲୀ: ପେପ୍ସିକୋର ପୂର୍ବତନ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ଇନ୍ଦିରା ନୁଇଙ୍କୁ ସୋମବାର ଆମାଜନ୍.କମ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛି। ଚଳିତମାସ ଆରମ୍ଭରୁ କମ୍ପାନି ନିର୍ଦ୍ଦେଶକ ଭାବେ ଷ୍ଟାର୍ବକ୍ସ କ୍ରପ୍ର ମୁଖ୍ୟ ପରିଚାଳନା ଅଧିକାରୀ ରୋଜାଲିନ୍ ବ୍ରେବର୍ଙ୍କୁ ନିଯୁକ୍ତି ଦେଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଆମାଜନ୍ର ୧୧ ଜଣିଆ ପରିଚାଳନା କମିଟି ଏହି ନିଷ୍ପତ୍ତି ନେଇଛନ୍ତି। ଏହି ୧୧ ଜଣଙ୍କ ଭିତରେ ଇନ୍ଦିରା ନୁଇଙ୍କ ସମେତ ବ୍ରେବର୍, ଜେମି ଗୋଲେକି୍, ଜୁଡିତ୍ ମାକ୍ଗ୍ରଥ୍, ଏବଂ ପାଟ୍ରିକା ଷ୍ଟୋନେଫିସର୍ ଆଦି ୫ ଜଣ ମହିଳା ରହିଥିଲେ।
ଆମାଜନ୍ ଗତବର୍ଷ ଘୋଷଣା କରିଥିଲା ଯେ କମ୍ପାନିର ନୂଆ ନୀତି ଅନୁଯାୟୀ ମହିଳା ଓ ସଂଖ୍ୟାଲଘୁମାନଙ୍କୁ ଅଗ୍ରାଧିକାର ଦିଆଯିବ। ଏବେ କମ୍ପାନି ସେହି ନୀତିର ପାଳନ କରୁଛି।
ନୂଆ କରି ନିଯୁକ୍ତି ପାଇଥିବା ଇନ୍ଦିରା ନୁଇ ୨୦୧୮ ମସିହା ଅକ୍ଟୋବର ମାସରେ ପେପ୍ସିକୋର କାର୍ଯ୍ୟ ନିର୍ବାହୀ ଅଧିକାରୀ(ସିଇଓ) ପଦରୁ ଇସ୍ତଫା ଦେଇଥିଲେ।
୬୩ ବର୍ଷୀୟା ନୁଇ ୧୯୯୪ ମସିହାରୁ ଖାଦ୍ୟ ଓ ପାନୀୟ କମ୍ପାନିରେ କାର୍ଯ୍ୟ କରି ଆସୁଛନ୍ତି। ଭବିଷ୍ୟତରେ ସେ ଆମାଜନ୍ ବୋର୍ଡର ଅଡିଟ୍ କମିଟି ସଦସ୍ୟ ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ରହିଛି।