ପୁଲଓ୍ଵାମା ଆକ୍ରମଣର ଜବାବ ଦେଲା ଭାରତ: ବାୟୁସେନାର ଲଢୁଆ ବିମାନ ପାକ୍ ଅଧିକୃତ କଶ୍ମୀରର ସମସ୍ତ ଆତଙ୍କବାଦୀ ଶିବିରକୁ ଧ୍ୱଂସ କଲା
ନୂଆଦିଲ୍ଲୀ: ପୁଲଓ୍ଵାମା ଆକ୍ରମଣର ଜବାବ ଭାରତ ଦେଇଛି। ଗତକାଲି ମଧ୍ୟରାତ୍ରରେ ଭାରତୀୟ ବାୟୁସେନାର ଏକାଧିକ ବିମାନ ଭାରତ-ପାକ୍ ସୀମାର ନିୟନ୍ତ୍ରଣ ରେଖା ଭିତରକୁ ପ୍ରବେଶ କରି ବୋମା ମାଡ଼ କରିଛନ୍ତି । ଏହି ଆକାଶୀ ଆକ୍ରମଣରେ ପାକ୍ ସୀମା ଭିତରେ ଥିବା ଆତଙ୍କବାଦୀ କ୍ୟାମ୍ପ୍ଗୁଡ଼ିକ ଧ୍ୱଂସ ପାଇଛି। ଏହି ଆକ୍ରମଣରେ ଭାରତୀୟ ବାୟୁସେନାର ମିରେଜ୍ ୨୦୦୦ ଲଢୁଆ ବିମାନ ଅଂଶଗ୍ରହଣ କରିଥିଲା। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ୧୦୦୦ କିଲୋଗ୍ରାମ ଓଜନର ବିସ୍ଫୋରକ ଥିବା ବୋମା ନିୟନ୍ତ୍ରଣ ରେଖା ଆରପଟରେ ଥିବା ଆତଙ୍କବାଦୀ କ୍ୟାମ୍ପ୍ ଉପରକୁ ନିକ୍ଷେପ କରାଯାଇଛି। ଭାରତୀୟ ବାୟୁସେନା ଏ ସଂପର୍କରେ ସୂଚନା ଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
Indian Air Force carried out aerial strikes at major terror camps in Pakistan occupied Kashmir, completely destroying them, 12 days after ghastly terror attack in Pulwama
Read @ANI Story | https://t.co/nnpboLnv4T pic.twitter.com/JvYDeNn32w
— ANI Digital (@ani_digital) February 26, 2019
IAF Sources: 12 Mirage 2000 jets took part in the operation that dropped 1000 Kg bombs on terror camps across LOC, completely destroying it pic.twitter.com/BP3kIrboku
— ANI (@ANI) February 26, 2019
Indian aircrafts intruded from Muzafarabad sector. Facing timely and effective response from Pakistan Air Force released payload in haste while escaping which fell near Balakot. No casualties or damage.
— Maj Gen Asif Ghafoor (@OfficialDGISPR) February 26, 2019
Indian Air Force carried out aerial strike at terror camps in Pakistan occupied Kashmir early this morning
Read @ANI Story | https://t.co/5nWsA8cDrv pic.twitter.com/9TxPhAQke9
— ANI Digital (@ani_digital) February 26, 2019
ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ହୋଇଥିବା ଏହି ଆଚାନକ ଆକ୍ରମଣରେ ୧୨ଟି ମିରେଜ୍ ୨୦୦୦ ଜେଟ୍ ଲଡୁଆ ବିମାନ ଅଂଶ ଗ୍ରହଣ କରିଥିଲେ। ସୂଚନା ଅନୁସାରେ, ଫେବ୍ରୁଆରି ୨୬ ତାରିଖ ଭୋର୍ ୩ଟା ୩୦ ମିନିଟ୍ ସମୟରେ ବାୟୁସେନା ପକ୍ଷରୁ ଏହି ଅପରେସନ କରାଯାଇଛି। ପାକ୍ ଅଧିକୃତ କଶ୍ମୀରରେ ଥିବା ସମସ୍ତ ଆତଙ୍କବାଦୀ କ୍ୟାମ୍ପକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରାଯାଇଛି ବୋଲି ବାୟୁସେନା ସୂତ୍ରରୁ ଜଣାପଡ଼ିଛି।
ଅନ୍ୟପକ୍ଷରେ ପାକିସ୍ତାନର ମେଜର୍ ଜେନେରାଲ୍ ଆସିଫ୍ ଗଫୁର୍ ଟୁଇଟ୍ କରି ଭାରତୀୟ ବାୟୁ ସେନା ପାକ୍ ସୀମା ମଧ୍ୟରେ ପଶି ଆକ୍ରମଣ କରିଥିବା କଥା ସ୍ୱୀକାର କରିଛନ୍ତି। ଗୁଫୁର ତାଙ୍କ ଟୁଇଟ୍ରେ ଲେଖିଛନ୍ତି ଭାରତ ପାକ୍ ସାମାର ମୁଜାଫରାବାଦ୍ ସେକ୍ଟରରେ ଭାରତୀୟ ବାୟୁସେନାର ବିମାନ ପ୍ରବେଶ କରିଥିଲା। ଏହାପରେ ପାକ୍ ବିମାନ ବାହିନୀ ପକ୍ଷରୁ ସଙ୍ଗେ ସଙ୍ଗେ ଏହାର ଜବାବ ଦିଆଯାଇଥିଲା। ପାକ୍ ବିମାନ ପକ୍ଷରୁ ଭାରତୀୟ ବିମାନ ଉପରକୁ ଆକ୍ରମଣ କରାଯାଇଥିଲା ବୋଲି ସେ ଲେଖିଛନ୍ତି।
BREAKING: Pakistani JF17 immediate retaliate back to Indian Air Force volition at Line of Control.
Pakistan Retaliate Karne Ka Soche Ga Nahi, Pakistan Retaliate Karega!! #PMIK pic.twitter.com/37OSr3e3a0
— Arsalan Siddiqy (@ArsalanISF) February 26, 2019
ଏଥି ସହ ସେ କହିଛନ୍ତି, ଏହି ଘଟଣା ଯୋଗୁଁ କୌଣସି ଅସୁବିଧା ହୋଇ ନାହିଁ । ପାକିସ୍ତାନ ସୋମବାର ଏବଂ ମଙ୍ଗଳବାର ରାଜୌରୀ ଏବଂ ପୁଂଛ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟରେ ଅସ୍ତ୍ରବିରତି ଉଲଂଘନ କରିଛି । ପାକିସ୍ତାନୀ ସେନା ରାତିରେ ଗୁଳି ବର୍ଷା କରିଥିବା ବେଳେ ଭାରତୀୟ ଯବାନମାନେ ଏହାର ଯବାବ ଦେଉଛନ୍ତି ।