ନିଶାସକ୍ତ ଅବସ୍ଥାରେ ପତ୍ନୀ ନୀତୁ ସିଂହଙ୍କ ସହ ଏଭଳି ବ୍ୟବହାର କରୁଥିଲେ ଋଷି କପୁର, ଘରର ଏହି ସଦସ୍ୟଙ୍କ ପାଇଁ ବଞ୍ଚି ଯାଉଥିଲେ ନୀତୁ
ମୁମ୍ବାଇ : ବଲିଉଡ୍ର ସବୁଠାରୁ ଲୋକପ୍ରିୟ ଯୋଡ଼ିମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଋଷି କପୁର-ନୀତୁ ସିଂହଙ୍କ ଯୋଡ଼ି । ଅନେକ ସମୟରେ ଦୁହିଁଙ୍କ ଭଲ ପାଇବାର ଉଦାହରଣ ଦିଆଯାଇଥାଏ । ସବୁ ପ୍ରକାରର ପରିସ୍ଥିତିରେ କିପରି ପରସ୍ପରର ସାଥ୍ ଦେବାକୁ ହୁଏ ତାହା ଏମାନଙ୍କ ଠାରୁ ଶିଖିବା ଦରକାର ବୋଲି ଲୋକେ କହିଥାନ୍ତି । କିନ୍ତୁ ସବୁ ବୈବାହିକ ଜୀବନରେ କେବେ ନା କେବେ ସମସ୍ୟା ଆସିଥାଏ ।
Sambad is now on WhatsApp
Join and get latest news updates delivered to you via WhatsApp
ସେଭଳି ବି ଘଟିଥିଲା ଋଷି କପୁର-ନୀତୁ ସିଂହଙ୍କ ଜୀବନରେ। ଏକଦା ଅଭିନେତା ଋଷି କପୁର ମଦ ପିଇବା ପରେ ପତ୍ନୀ ନୀତୁ ସିଂହଙ୍କ ସହ ଖରାପ ବ୍ୟବହାର କରିବା ସହ ଗାଳି ଗୁଲଜ କରୁଥିଲେ । ଘରର ଜିନିଷ ଭାଙ୍ଗି ଦେବା ସହ ନୀତୁଙ୍କୁ ଡ଼ରାଉଥିଲେ । ଋଷିଙ୍କ ଏଭଳି ବ୍ୟବହାର ଦେଖି ତାଙ୍କୁ କେହି କିଛି କହୁ ନଥିବା ବେଳେ ତାଙ୍କ ପୁଅ ରଣବୀର କପୁର ଏହାର ବିରୋଧ କରିଥିଲେ । ମା’ଙ୍କ ସହ ବାପା ଋଷି କପୁର ଏଭଳି ବ୍ୟବହାର କରୁଥିବା ଦେଖି ସେ ରାଗିଯିବା ସହ ଋଷି କପୁରଙ୍କ ସହ କଥା ବର୍ତ୍ତା ବନ୍ଦ କରି ଦେଇଥିଲେ । ପୁଅର ଏଭଳି ବ୍ୟବହାର ଦେଖି ଋଷି ଧୀରେ ଧୀରେ ନୀତୁ ସିଂହଙ୍କ ପ୍ରତି କରୁଥିବା ଖରାପ ବ୍ୟବହାରକୁ କମାଇ ଦେଇଥିଲେ ।