ଅବସର ନେବାର ଗୋଟିଏ ଦିନ ପୂର୍ବରୁ ଚାକିରିରୁ ବହିଷ୍କୃତ ହେଲେ ଆଇପିଏସ ଅଧିକାରୀ
ଅହମ୍ମଦାବାଦ: ଗୁଜୁରାଟ କ୍ୟାଡରର ଜଣେ ବରିଷ୍ଠ ପୁଲିସ ଅଧିକାରୀ ଆରଏସ ଭଗୋରାଙ୍କୁ ତାଙ୍କର ଅବସର ନେବାର ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ବହିଷ୍କାର କରିଥିବା ଜଣାଯାଇଛି। ବିଭାଗକୁ ଭଗୋରାଙ୍କ ବହିଷ୍କାର ସଂପର୍କରେ ଗତ ମେ’ ୨୯ରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟଠାରୁ ସୂଚନା ମିଳିଥିଲା । ତାଙ୍କୁ ୨୦୦୨ର ଏକ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଗୃହ ବିଭାଗର ସଚିବ ଏମଆର ସୋନି ଏହି ସୂଚନା ଦେଇଛନ୍ତି । ସୋନି କହିଛନ୍ତି ଯେ, ୬୦ ବର୍ଷିୟ ଅଧିକାରୀ ଭଜୋରାଙ୍କୁ ମେ’ ମାସ ୩୧ରେ ଅବସର ନେବାର ଗୋଟିଏ ଦିନ ଆଗରୁ ବହିଷ୍କାର କରାଯାଇଛି । ସେ ଅହମଦାବାଦ ପୋଲିସ ଉପାୟୁକ୍ତ (ଗମନାଗମନ) ପଦରେ କାର୍ଯ୍ୟରତ ଥିଲେ । ଭଗୋରା ଗୁଜୁରାଟ ରାଜ୍ୟ ପୁଲିସ ସେବାର ଅଧିକାରୀ ଥିଲେ ଏବଂ ତାଙ୍କୁ ୨୦୦୬ରେ ପଦୋନ୍ନତି ଦିଆଯାଇ ଆଇପିଏସ କ୍ୟାଡର ପ୍ରଦାନ କରାଯାଇଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ ସୁପ୍ରିମକୋର୍ଟ ଚଳିତ ବର୍ଷ ମାର୍ଚ୍ଚରେ ଗୁଜୁରାଟ ସରକାରଙ୍କୁ କହିଥିଲେ ଯେ, ଭଗୋରା ସହିତ ସେହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ, ଯେଉଁମାନେ ଗଣଦୁଷ୍କର୍ମ ଘଟଣାରେ ନିଜର କର୍ତ୍ତବ୍ୟ ପାଳନରେ ଅବହେଳା କରିଥିଲେ ।