ଗଣତନ୍ତ୍ର ଉପରେ ସଙ୍କଟ କହି ଆଉ ଜଣେ ଆଇଏଏସ ଅଫିସର ଛାଡିଲେ ସରକାରୀ ଚାକିରି
ନୂଆଦିଲ୍ଲୀ: ଯୁବ ଆଇଏଏସ୍ ଅଧିକାରୀ କେ ଗୋପୀନାଥନ ଇସ୍ତଫା ଦେବା ଘଟଣାକୁ ମାସକ ବିତିନଥିବାବେଳେ ପୁଣି ଜଣେ ଆଇଏଏସ ଅଫିସର ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି | କର୍ଣ୍ଣାଟକ କ୍ୟାଡରର ଆଇଏଏସ ଅଫିସର ଏସ ଶଶିକାନ୍ତ ଆଜି ଇସ୍ତଫା ଦେଇଛନ୍ତି | ସେ ବର୍ତ୍ତମାନ ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ଡେପୁଟି କମିଶନର ଥିବାବେଳେ ଗଣତନ୍ତ୍ର ଉପରେ ସଙ୍କଟ ଥିବା ନେଇ ଚିଠିରେ ଲେଖିଛନ୍ତି |
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନା ଥାଉ କି ଅଗଷ୍ଟ ୨୧ ତାରିଖରେ ମଧ୍ୟ କେନ୍ଦ୍ର ଗୃହ ସଚିବଙ୍କୁ ଏକ ଚିଠି ଲେଖି ଗୋପୀନାଥନ କହିଥିଲେ ଯେ, ଭାରତୀୟ ପ୍ରଶାସନିକ ସେବାରୁ ସେ ଇସ୍ତଫା ଦେବାକୁ ଚାହିଁବାର କାରଣ ହେଉଛି ସେ ଲୋକଙ୍କୁ ସ୍ବର ଉତ୍ତୋଳନ କରିବାର ସୁଯୋଗ ଦେବାପାଇଁ ଏହି ସେବାରେ ଯୋଗ ଦେଇଥିଲେ।
କିନ୍ତୁ ତାଙ୍କର ନିଜର ଯେଉଁଠି ସ୍ବାଧୀନ ମତବ୍ୟକ୍ତ କରିବାର କିଛି ଅଧିକାର ନାହିଁ, ସେଠି ସେ ଅନ୍ୟମାନଙ୍କୁ କ’ଣ କହିବେ। ସେ କହିଛନ୍ତି , ତାଙ୍କ ଇସ୍ତଫା ଖବର କାହା ଉପରେ କିଛି ପ୍ରଭାବ ପକାଇବ ନାହିଁ ବୋଲି ସେ ଜାଣନ୍ତି, କିନ୍ତୁ ସେ ଆଉ ପ୍ରଶାସନିକ ସେବାରେ ରହିବେ ନାହିଁ ବୋଲି ଦୃଢ଼ ନିଷ୍ପତ୍ତି ନେଇ ସାରିଛନ୍ତି।