ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପାଇଁ ଆଠଟି ଡ୍ରୋନ ଯୋଗେ ଆଗ୍ନେୟାସ୍ତ୍ର ଖସାଇଲେ ପାକିସ୍ତାନୀ ଆତଙ୍କବାଦୀ
ନୂଆଦିଲ୍ଲୀ: ଆକାଶମାର୍ଗରୁ ଆକ୍ରମଣ କରିବା ପାଇଁ ସେପ୍ଟେମ୍ବର ୯ ରୁ ୧୬ ତାରିଖ ମଧ୍ୟରେ ୮୦ କେଜି ଅସ୍ତ୍ରଶସ୍ତ୍ର ବହନ କରିଥିବା ଅନ୍ୟୂନ ଆଠଟି ଡ୍ରୋନ୍ ସୀମା ଆରପାରିରୁ ପାକିସ୍ତାନରେ ଥିବା ଖଲିସ୍ତାନୀ ସନ୍ତ୍ରାସବାଦୀ ସଙ୍ଗଠନ ପଞ୍ଜାବକୁ ପ୍ରେରଣ କରିଥିବା କଥା ନିରାପତ୍ତା ଏଜେନ୍ସି ଏବଂ ପଞ୍ଜାବ ପୁଲିସ କହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀ ଆକ୍ରମଣକୁ ଇନ୍ଧନ ଯୋଗାଇବା ହେଉଛି ଏହାର ମୂଳ ଲକ୍ଷ୍ୟ ବୋଲି ନିରାପତ୍ତା ଏଜେନ୍ସି କହିଛି। ଖଲିସ୍ତାନୀ ଜିନ୍ଦାବାଦ ଫୋର୍ସ ନେଟ୍ଓ୍ଵାର୍କ ଯୋଗେ ଏହି ଆଗ୍ନେୟାସ୍ତ୍ର ସବୁ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସ୍ଆଇ ସହାୟତାରେ ଜର୍ମାନ ବାଟ ଦେଇ ଲାହୋର୍କୁ ଆସିଥିଲା।
ସେପ୍ଟେମ୍ବର ୨୨ ତାରିଖ ଦିନ ତରଣ ତରଣ ଜିଲ୍ଲାରୁ କେତେକ ଆଗ୍ନେୟାସ୍ତ୍ର ଉଦ୍ଧାର ହେବା ପରେ ହୋଇଥିବା ତଦନ୍ତରୁ ଆକାଶରୁ ପକାଯାଇଥିବା ଏହି ଅସ୍ତ୍ରଶସ୍ତ୍ରଗୁଡ଼ିକର ପୂର୍ଣ୍ଣ ବିବରଣୀ ଜଣାପଡ଼ିଛି।
ମଙ୍ଗଳବାର ଦିନ ଗିରଫ ହୋଇଥିବା ୨୨ ବର୍ଷିୟ ସୁଭଦୀପଙ୍କୁ ମିଶାଇ ଡ୍ରୋନ୍ରୁ ଖସା ଯାଇଥିବା ଅସ୍ତ୍ରଶସ୍ତ୍ରରେ ସମ୍ପୃକ୍ତି ସନ୍ଦେହରେ ଏ ପର୍ଯ୍ୟନ୍ତ ପାଞ୍ଚଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇ ସାରିଲାଣି।