ଭୁବନେଶ୍ୱର: ବାତ୍ୟା ବୁଲବୁଲ୍ କ୍ଷତିଗ୍ରସ୍ତ ଅଂଚଳ ବୁଲିବା ପରେ ଶୁକ୍ରବାର ସାତ ଜଣିଆ କେନ୍ଦ୍ରୀୟ ଟିମ୍ ଲୋକସେବା ଭବନରେ ସମୀକ୍ଷା ବୈଠକ କରିଛନ୍ତି। ବୈଠକରେ ରାଜ୍ୟ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀଙ୍କ ସମେତ ଏସ୍ଆରସି ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସମୀକ୍ଷା ବୈଠକ ପରେ କେନ୍ଦ୍ରୀୟ ଟିମ୍ର ମୁଖ୍ୟ ସହେଲି ରୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବୁଲ୍ବୁଲ୍ ଦ୍ୱାରା ଅଧିକ କ୍ଷୟକ୍ଷତି ହୋଇଛି। ବାତ୍ୟା ଯୋଗୁଁ ବ୍ୟାପକ ଧାନ ଫସଲ, ପନିପରିବା ଚାଷ, ଘର ଓ ଶକ୍ତି ଭିତ୍ତିଭୂମି ନଷ୍ଟ ହୋଇଛି। ସେ କହଛନ୍ତି, ସମୀକ୍ଷା ରିପୋର୍ଟ କେନ୍ଦ୍ର ସରକାରଙ୍କୁ ଦାଖଲ କରାଯିବ। ବାତ୍ୟା ପୂର୍ବରୁ ରାଜ୍ୟ ସରକାର ଦ୍ୱାରା ନିଆଯାଇଥିବା ପୂର୍ବ ପ୍ରସ୍ତୁତି ଓ ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି ଶ୍ରୀ ରୟ ସୂଚନା ଦେଇଛନ୍ତି।
ବୈଠକ ପରେ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି, ଏକ ସପ୍ତାହ ମଧ୍ୟରେ ରାଜ୍ୟର ଦାବି କେନ୍ଦ୍ର ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ। ବାତ୍ୟା ପ୍ରଭାବିତ ଅଂଚଳରେ ୨ ଲକ୍ଷ ହେକ୍ଟର ଚାଷ ନଷ୍ଟ ହୋଇଛି। ଏହି ସମୟ ମଧ୍ୟରେ ଘର କ୍ଷୟକ୍ଷତିର ତାଲିକା ପ୍ରସ୍ତୁତ କରାଯିବ। ପଂଚାୟତସ୍ତରରେ ଅଭିଯୋଗ ଶୁଣାଯିବ। ଅଭିଯୋଗ ଶୁଣିବା ପରେ ସହଯୋଗ ଦିଆଯିବ।