ପାଟନା: ରବିବାର ସକାଳେ ବିହାରର ପାଟନାସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’ରେ (ଏମ୍ସ୍) ଜଣେ ୩୮ ବର୍ଷିୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସେ କରୋନାଭାଇରସ ଆକ୍ରାନ୍ତ ଥିଲେ ବୋଲି ତାଙ୍କ ଠାରୁ ସଂଗ୍ରହ କରାଯାଇଥିବା ସ୍ୱାବ୍ ନମୁନାରୁ ଏବେ ଜଣାପଡ଼ିଛି । ଏହାକୁ ମିଶାଇ ଭାରତରେ କରୋନାଭାଇରସ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ରାଜେନ୍ଦ୍ର ମେମୋରିଆଲ୍ ରିସର୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍’ର ନିର୍ଦେଶକ ଡାକ୍ତର ପ୍ରଦୀପ ଦାସ କହିଛନ୍ତି ଯେ କତାରରୁ ଫେରିଥିବା ଏହି ୩୮ ବର୍ଷିୟ ବ୍ୟକ୍ତିଜଣକ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି ।
ଏହାଛଡ଼ା ବିହାରରେ ଆଉ ଜଣେ ବ୍ୟକ୍ତି କରୋନାଭାଇରସରେ ସଂକ୍ରମିତ ହୋଇଥିବା କଥା ନମୁନା ପରୀକ୍ଷାରୁ ଜଣାପଡ଼ିଛି ।
କରୋନାଭାଇରସରେ ଆକ୍ରାନ୍ତ ହୋଇ ଗତ ବିଳମ୍ବିତ ରାତ୍ରୀରେ ମୁମ୍ବାଇରେ ଜଣେ ୬୩ ବର୍ଷିୟ ବ୍ୟକ୍ତି ପ୍ରାଣ ହରାଇଥିବା କଥା ଆଜି ସକାଳେ ଜଣାପଡ଼ିଥିଲା । ଏହା ଥିଲା ମହାରାଷ୍ଟ୍ରରେ କରୋନାଭାଇରସ୍ ସଂକ୍ରମଣଜନିତ ଦ୍ୱିତୀୟ ମୃତ୍ୟୁ । ପୂର୍ବରୁ ଦିଲ୍ଲୀ, ପଞ୍ଜାବ ଓ ରାଜସ୍ଥାନରେ ଜଣେ ଲେଖାଏଁ କରୋନାଭାଇରସରେ ଆକ୍ରାନ୍ତ ହୋଇ ଜୀବନ ହରାଇଥିଲେ ।