ନୂଆଦିଲ୍ଲୀ: ପ୍ରକାଶ ପାଇଛି ଭାରତୀୟ ଲୋକସେବା ଆୟୋଗ ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ। ଆଇଏଏସ୍, ଆଇପିଏସ୍, ଆଇଆର୍ଏସ୍, ଆଇଏଫ୍ଏସ ଆଦି ବିଭିନ୍ନ ସର୍ବଭାରତୀୟ ସେବା ବର୍ଗରେ ନିଯୁକ୍ତି ଲାଗି ସମୁଦାୟ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ଚଳିତବର୍ଷ ଟପ୍ପର ହୋଇଛନ୍ତି ପ୍ରଦୀପ ସିଂହ। ସେହିପରି ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି ଯତିନ କିଶୋର ଏବଂ ପ୍ରତିଭା ଶର୍ମା। ଓଡ଼ିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ସଂଜିତା ମହାପାତ୍ର ଦଶମ ସ୍ଥାନରେ ରହିଥିବା ସୂଚନା ରହିଛି। ୧୨୫ ରାଙ୍କ୍ରେ ଅଛନ୍ତି ଓଡ଼ିଶାର ନବଲ କୁମାର ଦାସ।
Sambad is now on WhatsApp
Join and get latest news updates delivered to you via WhatsApp
ସମୁଦାୟ ୮୨୯ ଜଣ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୦୪ ଜଣ ସାଧାରଣ ବର୍ଗର ହୋଇଥିବା ବେଳେ ୭୮ ଜଣ ଇଡବ୍ଲୁସ୍, ୨୫୧ ଜଣ ଓବିସି, ୨୨୯ ଜଣ ଅନୁସୂଚିତ ଜାତି ଓ ୬୭ ଅନୁସୂଚିତ ଜନଜାତି ବର୍ଗର ରହିଥିବା ୟୁପିଏସସି ପକ୍ଷରୁ ସୂଚନା ଦିଆଯାଇଛି।
upsc.gov.in ୱେବ୍ସାଇଟ୍ରେ ପରୀକ୍ଷାର୍ଥୀମାନେ ନିଜ ନିଜର ଫଳାଫଳ ଦେଖିପାରୁଛନ୍ତି। ୨୦୧୯ ମସିହା ସେପ୍ଟେମ୍ବର ମାସରେ ୟୁପିଏସସି ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହୋଇଥିବା ବେଳେ ୨୦୨୦ ମସିହା ଫେବ୍ରୁଆରିରୁ ଅଗଷ୍ଟ ମଧ୍ୟରେ ଏହାର ଇଣ୍ଟରଭିୟୁ ହୋଇଥିଲା।
ଓଡ଼ିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ରହିଥିବା ରହିଛନ୍ତି। ରାଉରକେଲାର ଝିଅ ସଂଜିତା ମହାପାତ୍ର ରହିଛନ୍ତି ୧୦ମ ସ୍ଥାନରେ। ସଂଜିତା ଏହା ପୂର୍ବରୁ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଚାକିରି କରୁଥିଲେ ଓ ଏହାପରେ ଓଏଏସ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ସେହିପରି ୨୦୧୭ ବ୍ୟାଚର ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ତଥା ରାଉରକେଲା ତହସିଲଦାର ମାନସ ରଂଜନ ସାହୁ ମଧ୍ୟ ୟୁପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆଇଏଏସ୍ ପାଇଛନ୍ତି।