ମାନସିକ ବିକୃତ ଦୁଇ ବର୍ଷୀୟ ଶିଶୁର ଚିକିତ୍ସା ଲାଗି ପ୍ରଶାସନ ପାଖରେ ଆକୁଳ ନିବେଦନ କଲେ ବାପା-ମା’
ରିଶିର ଚିକିତ୍ସା ନ ହୋଇପାରିବାର କାରଣ ଅର୍ଥାଭାବ
ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଳକ୍ର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମର ମହାଜନ ଚନ୍ଦନଙ୍କ ସାନ ପୁଅ ରିଶି ଚନ୍ଦନ ବୟସ ୨ ବର୍ଷ। ଜନ୍ମ ସମୟରୁ ସେ ମାନସିକ ବିକୃତ ସହ ଶରୀର ପ୍ରାୟ ଭାଗ ପତଳା ହୋଇଥିବା ଯୋଗୁଁ ଉକ୍ତ କୋମଳ ଶିଶୁଟି ଚାଲି ପାରୁନାହିଁ। ତାଙ୍କ ପରିବାର ଗରିବ ତଥା ଦିନ ମଜୁରିଆ ହୋଇଥିବା ଯୋଗୁଁ ଉକ୍ତ ଶିଶୁର ଉପଯୁକ୍ତ ଚିକିତ୍ସା କରିପାରୁ ନାହାନ୍ତି। ବର୍ତ୍ତମାନ ଉକ୍ତ ଶିଶୁଟି ଜୀବନ ମରଣ ସହ ସଘର୍ଷ କରୁଛି। ତେଣୁ କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ଏବଂ ରାଜ୍ୟ ସରକାରଙ୍କ ତରଫରୁ ଉକ୍ତ ଶିଶୁର ସମସ୍ତ ପ୍ରକାରର ଚିକିତ୍ସା ସେବା ମାଗଣାରେ ଉପଲବ୍ଧ କରିବା ପାଇଁ ତାଙ୍କ ପରିବାର ସରକାରଙ୍କ ପାଖରେ ଗୁହାରି କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଜିଲ୍ଲା ପ୍ରଶାସନ ଆର୍ଥିକ ସାହାଯ୍ୟ କରିବା ସହ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା କଲେ ଦୁଇ ବର୍ଷର ଶିଶୁ ସୁସ୍ଥ ହୋଇ ପାରନ୍ତା ଏବଂ ଗରିବ ଅସହାୟ ଚନ୍ଦନ ପରିବାରରେ ଖୁସି ଫେରି ଆଦିପାରନ୍ତା। ରିଶିର ଚିକିତ୍ସା ପାଇଁ ତାଙ୍କ ବାପା ଓ ମା’ ନିଜ ସମ୍ବଳ ଅନୁସାରେ ଚେଷ୍ଟା କରି ନିରାଶ ହୋଇଛନ୍ତି। ମନ ଦୁଃଖରେ ଥିବା ବେଳେ ଚନ୍ଦନ ପରିବାରର ଦୁଇ ବର୍ଷର ଶିଶୁ ପୁତ୍ର ଟିକୁ ଉତ୍ତମ ଚିକିତ୍ସା ମିଳି ପାରିଲେ ସେ ନିଶ୍ଚିତ ସୁସ୍ଥ ହୋଇପାରନ୍ତା ବୋଲି ସ୍ଥାନୀୟ ଅଂଚଳର ଲୋକେ କହିଛନ୍ତି। ରାଜ୍ୟ ସରକାର ଏହି ଶିଶୁ ପୁତ୍ରର ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼େଇଲେ ଶିଶୁଟି ଦୁନିଆ ଦେଖିପାରନ୍ତା ବୋଲି ସେମାନେ କହିଛନ୍ତି।