ଆତ୍ମହତ୍ୟା କଲେ ଏହି ଲୋକପ୍ରିୟ ଅଭିନେତ୍ରୀ
ମୁମ୍ବାଇ: ଲୋକପ୍ରିୟ ତାମିଲ୍ ଅଭିନେତ୍ରୀ ଭିଜେ ଚିତ୍ରା ଆତ୍ମହତ୍ୟା କରି ଜୀବନ ହରାଇଥିବା ଜାଣିବାକୁ ମିଳିଛି। ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ତାଙ୍କ ମୃତ୍ୟୁ ବେଳକୁ ୨୮ ବର୍ଷ ବୟସ ହୋଇଥିଲା। ଚେନ୍ନାଇରେ ଥିବା ଏକ ହୋଟେଲ୍ ରୁମ୍ ଭିତରେ ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିିଥିବା ସୂଚନା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
#Chithra (28) of #PandianStores fame died by suicide, she was quite popular. Recently got engaged to a businessman Hemant. Shocking, may her soul #RIP #PandianStores pic.twitter.com/yCQvRa7eN2
— 𝑻𝒂𝒎𝒊𝒍 𝒔𝒆𝒍𝒗𝒂𝒏 𝑫🇮🇳(#stayhomestaysafe) (@OfficiallyTamil) December 9, 2020
ଖବର ଅନୁଯାୟୀ ଚିତ୍ରା ଗତକାଲି ତାମିଲ ସିରିଏଲ ପାଣ୍ଡିଆନ ଷ୍ଟେର୍ସର ସୁଟିଂ ଶେଷ କରି ରାତି ପ୍ରାୟ୨.୩୦ସମୟରେ ତାଙ୍କ ହୋଟେଲ ରୁମକୁ ଫେରିଥିଲେ। ସକାଳୁ ସେହି ରୁମ୍ରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଶରୀରକୁ ବ୍ୟବଚ୍ଛେଦ ପାଇଁ କିଲପକ୍ ମେଡିକାଲ କଲେଜରେ ରଖାଯାଇଛି।
Gone too soon.. May your soul RIP Chithu.. #mullai #RIP #Chithra https://t.co/nzvkqepcQv
— Soundharya Ravi (@ravi_soundharya) December 9, 2020
ଭିଜେ ଚିତୁଙ୍କ ଦେହାନ୍ତ ତାଙ୍କ ସହକର୍ମୀ ଏବଂ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଧକ୍କା ହୋଇଛି। ଏହି ଖବର ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି।
#Chithra was in @vijaytelevision shoot yesterday and she made some posts and stories in Instagram15 hours before 😥#RIPChitra pic.twitter.com/6p8W4DjGe0
— Cinema Ticket (@CinematicketYT) December 9, 2020
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସେ ତାଙ୍କ ପ୍ରେମିକ ହେମନ୍ତଙ୍କ ସହ ଚେନ୍ନାଇର ଏକ ହୋଟେଲରେ ରହି ଆସୁଥିଲେ। ଏହି ଦମ୍ପତି କିଛି ମାସ ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଏବଂ ସେ ଇନଷ୍ଟାଗ୍ରାମରେ ସେମାନଙ୍କର ପ୍ରତ୍ୟେକ ସ୍ବତନ୍ତ୍ର ମୁୁହୂର୍ତ୍ତର ଯୁଗଳ ଫଟୋ ପୋଷ୍ଟ୍ କରି ଆସୁଥିଲେ।