୧୫ ବର୍ଷରେ ସବୁଠୁ ଥଣ୍ଡା ନୂଆବର୍ଷ, ୧.୧ ଡିଗ୍ରିରେ ଥରୁଛି ଦିଲ୍ଲୀ
ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରବଳ ଶୀତ ଲହରି ଲାଗି ରହିଛି। ନୂଆବର୍ଷ ସକାଳେ ଦିଲ୍ଲୀ ତାପମାତ୍ରା ୧.୧ ଡିଗ୍ରି ସେଲ୍ସିୟସ୍କୁ ଖସି ଆସିଛି। ପ୍ରବଳ ଥଣ୍ଡାରେ ଥରୁଛନ୍ତି ଦିଲ୍ଲୀ ବାସିନ୍ଦା। ଦୀର୍ଘ ୧୫ ବର୍ଷ ମଧ୍ୟରେ ଏହା ଦିଲ୍ଲୀ ବାସିନ୍ଦାଙ୍କ ପାଇଁ ସବୁଠୁ ଥଣ୍ଡା ନୂଆବର୍ଷ। କୁହୁଡ଼ି ପାଇଁ ଟ୍ରାଫିକ୍ ସମସ୍ୟା ମଧ୍ୟ ବଢ଼ିଯାଇଛି। ୨୦୦୬ ମସିହା ଜାନୁଆରି ୮ରେ ଦିଲ୍ଲୀର ତାପମାତ୍ରା ୦.୨ ଡିଗ୍ରି ସେଲ୍ସିୟସ ଥିଲା।