କଣିହାଁ: ତାଳଚେର ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଦାବିରେ ଆଜି କଣିହାଁ ବ୍ଲକ ପବିତ୍ରନଗରଠାରେ ବିପ୍ଲବୀ ପବିତ୍ରମୋହନ ଫାଉଣ୍ଡେସନ ପକ୍ଷରୁ ଶିକ୍ଷାବିତ ତଥା ଦକ୍ଷିଣ ଆଫ୍ରିକାର ଅର୍ଥ ବିଭାଗର ମୁଖ୍ୟପରାମର୍ଶଦାତା ଶରତ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତାଳଚେର ଠାରେ ଲୋକଙ୍କୁ ଉତ୍ତମ ସ୍ୱାଥ୍ୟ ସେବା ଯୋଗାଇ ଦେବାପାଇଁ ଏମସିସିଏଲ କର୍ତ୍ତୃପକ୍ଷ ୪୯୦ କୋଟି ଟଙ୍କା ବ୍ୟୟରେ ଏକ ମେଡିକାଲ କଲେଜ ତିଆରି କରିଛି। ମେଡିକାଲ କଲେଜ ତିଆରି ହେବାର ଦୀର୍ଘଦିନ ବିତି ଯାଇଥିଲ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇ ପାରିଲା ନାହିଁ କି ଲୋକ ମାନଙ୍କ ସେବାରେ ଲାଗି ପାରିଲା ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ମେଡିକାଲ କଲେଜକୁ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଶାସନ ସ୍ତରରେ ଓ ରାଜନୈତିକ ସ୍ତରରେ ଇଛାଶକ୍ତିର ଅଭାବଯୋଗୁଁ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ତେଣୁ ପ୍ରଶାସନିକ ଓ ରାଜନୈତିକସ୍ତରରେ ମେଡିକାଲ କଲେଜକୁ ତୁରନ୍ତ ଚାଲୁ କରିବାପାଇଁ ବିପ୍ଲବୀ ପବିତ୍ର ମୋହନ ଫାଉଣ୍ଡେସନ ପକ୍ଷରୁ ଦାବି କରାଯାଇଥିଲା। ନହେଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଫାଉଣ୍ଡେସନ ପକ୍ଷରୁ ଚେତାବନୀ ଦିଆଯାଇଛି।
ପବିତ୍ର ମୋହନ ପ୍ରଧାନଙ୍କ ପ୍ରତିମୂର୍ତ୍ତି ତଳେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ଫାଉଣ୍ଡେସନର ସଭାପତି ମାନସ ରଞ୍ଜନ ପ୍ରଧାନ, ସମ୍ପାଦକ ଲମ୍ବୋଦର ପ୍ରଧାନ, ସଦସ୍ୟ ତଥା ପୂର୍ବତନ ସରପଞ୍ଚ ମଦନ ମୋହନ ପ୍ରଧାନ, ପୂର୍ବତନ ସମିତି ସଭ୍ୟ ମହେଶ୍ବର ପ୍ରଧାନ, ଯୁଗଳ କିଶୋର ସାହୁ, ଆଇନଜୀବୀ ବାଉରୀବନ୍ଧୁ ବେଜ, ବିନୋଦ ପ୍ରଧାନ ସମେତ ବହୁ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ।