ଖଣ୍ଡଗିରି : ଖଣ୍ଡଗିରିରେ ‘ମିଠାଇ ଏକ୍ସପ୍ରେସ’ର ଦ୍ୱିତୀୟ ଆଉଟଲେଟ୍ ଉଦ୍ଘାଟିତ ହୋଇଯାଇଛି। ଖଣ୍ଡପଡ଼ା ବିଧାୟକ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଛନ୍ତି। ଏହି ଆଉଟଲେଟ୍କୁ ସମ୍ପୂର୍ଣ୍ଣ ଭାବେ ମହିଳା କର୍ମଚାରୀ ପରିଚାଳନା କରିବେ। ଡେଲ୍ଟା ଛକରେ ଥିବା ପ୍ରଥମ ଷ୍ଟୋର୍ଟି ସଫା ପରିବେଶ, ସୁଆଦିଆ ମିଠା ପାଇଁ ଗ୍ରାହକମାନଙ୍କ ମଧ୍ୟରେ ପ୍ରସିଦ୍ଧି ଲାଭ କରିଛି। ତେଣୁ ଦ୍ୱିତୀୟ ଆଉଟଲେଟ୍ ମଧ୍ୟ ଏକ ‘ଏଞ୍ଜେଲ୍ ଷ୍ଟୋର’ ହେବ ବୋଲି ମ୍ୟାନେଜ୍ମେଣ୍ଟ ପକ୍ଷରୁ କୁହାଯାଇଛି। ଉଦ୍ଘାଟନ ଉତ୍ସବ ଅବସରରେ ଅନୁଷ୍ଠାନର ଦେବୀ ପ୍ରସାଦ ସାହୁ, ଅପ୍ରତିମ ସିହ୍ନା, ବିସ୍ମୟ ମହାପାତ୍ର, ଉପଦେଷ୍ଟା ଚିରଞ୍ଜୀବୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।