କୋରାପୁଟ: ସ୍ଥାନୀୟ ସର୍କିଟ ହାଉସ ନିକଟ ୨୬ ନମ୍ବର ଜାତୀୟ ରାଜପଥ ସଂରକ୍ଷିତ ଜଂଘଲରୁ ଆଜି ଝୁଲନ୍ତା ଅବସ୍ଥାରେ ଜଣେ ଯାବନଙ୍କର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଯବାନ ଜଣକ ହେଲେ ଓଏସଏପି ତୃତୀୟ ବାଟାଲିୟନର ସିପାହୀ । ତାଙ୍କ ଘର ସୁନ୍ଦରଗଡ ଜିଲ୍ଲାର ତଳସରା ଥାନା ଅନ୍ତର୍ଗତ ଟାଙ୍ଗରା ଗାଁର ଦୀପକ ଡୁଙ୍ଗ ଡୁଙ୍ଗ(୩୬) ବୋଲି ଜଣାପଡିଛି । ଗତକାଲି ଦୀପକଙ୍କ ପତ୍ନୀ ପୁନମଜୁୁତ ଡୁଙ୍ଗଡୁଙ୍ଗ ଟାଉନଥାନାରେ ଦୀପକ ନିଖୋଜ ଥିବାନେଇ ଏକ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନା ମୁତାବକ ଗତ ବୁଧବାର (୨୪ ନଭେମ୍ବର) ଠାରୁ ଦୀପକ ନିଖୋଜ ଥିଲେ। ନିଖୋଜ ହେବା ପୂର୍ବରୁ ଦୀପକ ସେହିଦିନ ଶେଷ ଥର ପାଇଁ ପୁନମଙ୍କ ସହ କଥା ହୋଇଥିଲେ। ଏହା ପରଠାରୁ ତାଙ୍କ ସହ ପୁନମ ଯୋଗାଯୋଗ କରିପାରି ନ ଥିଲେ। ୬ ଦିନ ପରେ କୋରାପୁଟ ଟାଉନ ଥାନାକୁ ଆସି ସେ ଅଭିଯୋଗ ଦେଇଥିଲେ ।
ଆଜି ଏହି ସଂରକ୍ଷିତ ଜଂଘଲରେ ର ଏକ ଗଛରେ ଝୁଲୁଥୁବା ଅବସ୍ଥାରେ ତାଙ୍କ ମୃତଦେହକୁ ଦେଖିବାକୁ ମିଳିଥିଲା । ସୂଚନାପାଇ ଘଟଣାସ୍ଥଳରେ କୋରାପୁଟ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଓ ତାଙ୍କ ପରିବାର ପହଞ୍ଚି ଶବକୁ ଜବତ କରିଛି ଓ ଶବ ବାହାର କରି ବ୍ୟବଛେଦ ପାଇଁ ପ୍ରକିୟା ଆରମ୍ଭ କରିଛି। ଆତ୍ମହତ୍ୟାର କାରଣ କ’ଣ ପୁଲିସ ତଦନ୍ତ କରୁଛି। ପୁଲିସ ସହ ଫରେନସିକ୍ ଟିମ୍ ଓ ଡଗ୍ ସ୍କ୍ୱାର୍ଡ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିବା ଜଣାପଡିଛି । ଦୁଇଦିନ ପରେ ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ପଦାକୁ ଆସିବ ବୋଲି ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ କହିଛନ୍ତି । ତେବେ ସେ ୬ ଦିନ ଧରି ତୃତୀୟ ବାଟାଲିୟନରୁ ନିଖୋଜ ହେବା ପରେ କାହିଁକି କତ୍ତୃପକ୍ଷ ଜାଣି ପାରିଲେନି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି । କିପରି ଓ କେଉଁ ପରିସ୍ଥିତିରେ ଦୀପକ ଏହି ଜଙ୍ଗଲକୁ ଆସିଲେ ତାହା ସ୍ପଷ୍ଟ ହୋଇପାରି ନାହିଁ ।