ରାଉରକେଲା: ବେଆଇନଭାବେ ଦେଶୀ ମଦ ବିକ୍ରି କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଅବକାରୀ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ତୁମକେଲା ଖାଡ଼ିଆ ବସ୍ତିର ରାଜୁ ଖାଡ଼ିଆ ଓ ବାସନ୍ତୀକଲୋନି ହରିପୁର ବସ୍ତିର ଶଙ୍କର ପ୍ରସାଦ ସା। ଅଭିଯୁକ୍ତମାନଙ୍କଠାରୁ ୮୪ ଲିଟର ଦେଶୀ ମଦ ଜବତ ହୋଇଛି। ଅଭିଯୁକ୍ତ ଦ୍ବୟ ସହରର ବିଭିନ୍ନ ଅଞ୍ଚଳରେ ଦେଶୀ ମଦ ବିକ୍ରି କରୁଥିବା ଅବକାରୀ ପୁଲିସ ସୂଚନା ପାଇଥିଲା। ସୂଚନାକୁ ଭିତ୍ତି କରି ଉଭୟଙ୍କ ଘରେ ଆଜି ଅତର୍କିତ ଚଢ଼ଉ କରି ମଦ ସହ ସେମାନଙ୍କୁ କାବୁ କରିନେଇଥିଲା।