ମହିଳାଙ୍କୁ ଅସଦାଚରଣ, ସମିତି ସଭ୍ୟଙ୍କ ନାଁରେ ମାମଲା
ଦଶରଥପୁର: ଜଣେ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପାଲଟପୁର ପଞ୍ଚାୟତରେ ସମିତି ସଭ୍ୟ ଧୀରେନ୍ଦ୍ର ମଲ୍ଲିକ (ଧୀର)ଙ୍କ ସମେତ ପୂର୍ବତନ ସମିତି ସଭ୍ୟଙ୍କ ସ୍ୱାମୀ ପ୍ରଫୁଲ୍ଲ କର (ପାଗଳା)ଙ୍କ ନାଁରେ ମାମଲା ରୁଜୁ ହୋଇଛି। ପାଲଟପୁର ଗ୍ରାମର ରଂଜନ ମଲ୍ଲିକଙ୍କ ପତ୍ନୀଙ୍କୁ ଗତକାଲି ଦୁହେଁ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଘଟଣାରେ ମଙ୍ଗଳପୁର ଥାନାରେ ନଂ.୨୫୫/୨୨ରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଅପରପକ୍ଷେ ଅନ୍ୟଏକ ଅସଦାଚରଣ ମାମଲାରେ ରଂଜନ ମଲ୍ଲିକଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି।