ଦୁର୍ଘଟଣାରେ ୧୦ ଆହତ

କବାଟବନ୍ଧ: ଧର୍ମଶାଳା ବ୍ଲକ ଜାରକା-କବାଟବନ୍ଧ ନଦୀବନ୍ଧ ରାସ୍ତାର ଜେନାପୁର ପଞ୍ଚାୟତ କୁସୁନପୁର ନିକଟରେ ଆଜି ସଂଧ୍ୟାରେ ଏକ ପିକ୍ଅପ ଭ୍ୟାନ ଓଲଟି ପଡ଼ିବାରୁ ସେଥିରେ ଯାଇଥିବା ୨୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଥିବା ଜଣାଯାଇଛି।

ଆହତମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ବଡ଼ଡାକ୍ତରଖାନାକୁ ପଠାଯାଇଛି। ଜେନାପୁର ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି। ଆହତଙ୍କର ପରିଚୟ ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର