ନଦୀରେ ଭାସିଯାଇ ବୃଦ୍ଧ ନିଖୋଜ
ନର୍ଲା: ନର୍ଲା ବ୍ଲକ୍ ଘୋଡ଼ବନ୍ଧ ଗ୍ରାମପଞ୍ଚାୟତର ଯୋଡ଼ାବନ୍ଦ ଗ୍ରାମର ବୈଶାଖୁ ବଗର୍ତ୍ତୀ (୫୫ବର୍ଷ) ସନ୍ଦୁଲ ନଦୀରେ ଭାସି ନିଖୋଜ ହୋଇଯାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଶୁକ୍ରବାର ଏହି ଗ୍ରାମର ୭ଜଣ ବ୍ୟକ୍ତି ସନ୍ଦୁଲ ନଦୀର ଆରପାରିକୁ ଗାଈ ଚରାଇବାକୁ ଯାଇଥିଲେ। ଅପରାହ୍ଣ ୪ଟାରେ ଘରକୁ ଫେରୁଥିବା ବେଳେ ନଦୀରେ ଅଚାନକ ପାଣି ଆସିଯିବାରୁ ବୈଶାଖୁ ଭାସି ଯାଇଥିଲେ।