ସଚିନ ତେନ୍ଦୁଲକର୍ଙ୍କ ଏହି ଇନ୍ଷ୍ଟା ପୋଷ୍ଟ୍ ଦେଖିଛନ୍ତି କି ? ପ୍ରତ୍ୟେକ କ୍ରିକେଟ୍ ପ୍ରେମୀଙ୍କ ସ୍ବପ୍ନର ଫଟୋ
ନୂଆଦିଲ୍ଳୀ: ଆପଣ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ନୂଆ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ ଦେଖିଛନ୍ତି କି? ନିକଟରେ ନିଜ ଇନ୍ଷ୍ଟାରେ ସଚିନ ପୋଷ୍ଟ୍ କରିଥିବା ତାଙ୍କ ଫଟୋଟି ସବୁ କ୍ରିକେଟ୍ ପ୍ରେମୀଙ୍କ ସ୍ବପ୍ନ ବୋଲି କହିଲେ ଭୁଲ୍ ହେବ ନାହିଁ। ସଚିନ ଏବେ ସଡ଼କ ସୁରକ୍ଷା ବିଶ୍ବ ସିରିଜ୍ ଖେଳୁଥିବା ବେଳେ ସେଥିରେ ବହୁ ଅନ୍ତର୍ଜାତୀୟ କ୍ରିକେଟର୍ ଅଂଶଗ୍ରହଣ କରିଛନ୍ତି। ବଛା ବଛା କ୍ରିକେଟ୍ ତାରକାଙ୍କୁ ଗୋଟାଏ ଫ୍ରେମ୍ରେ ଦେଖିବା କ୍ରିକେଟ୍ ପ୍ରେମୀମାନଙ୍କର ଏକ ସ୍ବପ୍ନ ଥିବା ବେଳେ ସଚିନ ପ୍ରେମୀମାନଙ୍କର ସେହି ସ୍ବପ୍ନକୁ ପୂରା କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସଚିନଙ୍କ ସହ ଭାରତୀୟ କ୍ରିକେଟରଙ୍କ ମଧ୍ୟରୁ ଯୁବରାଜ ସିଂହ ମଧ୍ୟ ଫଟୋରେ ନଜର ଆସିଛନ୍ତି। ସଚିନ, ଯୁବରାଜଙ୍କ ସମେତ ବହୁ ଅନ୍ତର୍ଜାତୀୟ ଖେଳାଳି ଏକ ବିମାନରେ ଉଡ଼ାଣ ଭରୁଥିବାର ଫଟୋରେ ଦେଖିବାକୁ ମିଳିଛନ୍ତି। ସେହି ସମୟର ଫଟୋକୁ ଇନ୍ଷ୍ଟାରେ ପୋଷ୍ଟ୍ କରି ସଚିନ ଲେଖିଛନ୍ତି, ‘ଆପଣ ଏହି ଫଟୋ ଦେଖି ଅନ୍ତର୍ଜାତୀୟ ରନ୍ ଓ ୱିକେଟ୍ ସଂଖ୍ୟା କହିପାରିବେ କି?
View this post on Instagram
ସଚିନ ଏବେ ସଡ଼କ ସୁରକ୍ଷା ବିଶ୍ବ ସିରିଜ୍ର ଦ୍ବିତୀୟ ସଂସ୍କରଣରେ ଭାରତର ନେତୃତ୍ବ ନେଇଛନ୍ତି। ସଡ଼କ ସୁରକ୍ଷା ବିଶ୍ବ ସିରିଜର ୨୨ ଦିନିଆ ଏହି ଟୁର୍ଣ୍ଣାମେଣ୍ଟ୍ ବିଭିନ୍ନ ସ୍ଥାନରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ୍ଟି ପ୍ରଥମେ କାନପୁରରେ ହୋଇଥିବା ବେଳେ ଦ୍ବିତୀୟ ସେମି ଫାଇନାଲ୍ ଓ ଫାଇନାଲ୍ ରାୟପୁରରେ ହେବ, ଯାହାକି ଅକ୍ଟୋବର ପହିଲାରେ ହେବ। ଏହାଛଡ଼ା ଇନ୍ଦୋର ଓ ଡେରାଡୁନ୍ରେ ବି ୨ଟି ମ୍ୟାଚ୍ ଖେଳାଯିବ।