ମଟନ ଦୋକାନ ଉଛେଦ ନେଇ ବିଏମସି କମିସନରଙ୍କ ପ୍ରତିକ୍ରିୟା, କହିଲେ- ନିର୍ଦ୍ଦିଷ୍ଟ କୌଣସି ବ୍ୟବସାୟିକ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରାଯାଉନି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଆପଲୋ ହସ୍‌ପିଟାଲ ଛକ ଠାରୁ ଦୂରଦର୍ଶନ କାର୍ଯ୍ୟାଳୟ ଯିବା ରାସ୍ତାରେ ଥିବା କିଶୋର ଭାଇ ମଟନ ଦୋକାନକୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ବୁଧବାର ଉଚ୍ଛେଦ କରାଯାଇଛି। ବିଏମ୍‌ସିର ଏହି କାର୍ଯ୍ୟାନୁଷ୍ଠାନ ପରେ ଲୋକଙ୍କର ବିଭିନ୍ନ ପ୍ରତିକ୍ରିୟା ଆସିଛି। ଏହାରି ମଧ୍ୟରେ କିଶୋର ମଟନ ଦୋକାନ ଉଛେଦ ଘଟଣାରେ ବିଏମସି କମିସନର ବିଜୟ ଅମୃତ କୁଲାଙ୍ଗେଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି।

ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାନୁଷ୍ଠାନ ନେଇଛି। କିଶୋର ଭାଇ ମଟନ ଦେକାନ ମାଟିରେ ମିଶିଛି। ଲୋକଙ୍କୁ ଆଉ କ‌ିଶୋର ଭାଇଙ୍କ ମଟନ ଝୋଳ ଖାଇବାକୁ ମିଳିପାରିବ ନାହିଁ। କିଛି ଗ୍ରାହକଙ୍କୁ ଏହା କଷ୍ଟ ଲାଗୁଥିବା ବେଳେ ବୁଦ୍ଧିଜୀବୀମାନେ ଖୁସି ହେଉଛନ୍ତି। ସରକାରୀ ଜମି ଉପରେ ଦୋକାନ କରି ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିବା ବ୍ୟବସାୟୀଙ୍କୁ ସଠିକ ଜବାବ ମିଳିଛି ବୋଲି ବୁଦ୍ଧିଜୀବୀମାନେ କହୁଛନ୍ତି।

 

ବିଏମ୍‌ସି କମିସନର ଶ୍ରୀ କୁଲାଙ୍ଗେ କହିଛନ୍ତି, ନିଦ୍ଦିଷ୍ଟ କୌଣସି ବ୍ୟବସାୟିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଉନି। ସ୍ଵଚ୍ଛତା, ପରିମଳ, ଟ୍ରାଫିକ ସମସ୍ୟା, ଜବରଦଖଲ, ଫୁଡ଼ ଲାଇସେନ୍ସ କିମ୍ବା ଟ୍ରେଡ଼ ଲାଇସେନ୍ସ ନଥିବା ସଂସ୍ଥା ଉପରେ ଗୁରୁତ୍ବ ଦିଆଯାଉଛି। ଦୂରଦର୍ଶନ ଅଫିସ ନିକଟ  ରାସ୍ତାକଡ଼ରେ ଜବରଦଖଲ ସହ ପରିବେଶ ନଷ୍ଟ ନେଇ ଅଞ୍ଚଳବାସୀଙ୍କ ଠାରୁ ପୂର୍ବରୁ ବହୁ ଅଭିଯୋଗ ଥିଲା। ଯେକେହି ନିୟମ ଖିଲାପ କଲେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବିଏମସି କମିସନର କହିଛନ୍ତି, କିଶୋର ଭାଇ ମଟନ ଦୋକାନକୁ ପୂର୍ବରୁ ନୋଟିସ ଦିଆଯାଇଥିଲା। କିନ୍ତୁ ଏହାର ମାଲିକା ଖିଲାପ କରିଥିଲେ। ଖାଦ୍ୟ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି।

ସମ୍ବନ୍ଧିତ ଖବର