ଲାଠୋର/ଧଣ୍ଡାମୁଣ୍ଡା: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଶନିବାର ଭୋର୍ରୁ ରାତି ପର୍ଯ୍ୟନ୍ତ ଅଞ୍ଚଳରେ ଦୁଇ ହାତୀ ବୁଲୁଥିବାରୁ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି। ଦିନ ବେଳେ ହାତୀ ଦୁଇଟି ଲାଠୋର ଗାଁର ମୁଖ୍ୟ ରାସ୍ତାରେ ବୁଲୁଥିବା ଦେଖିବାକୁ ମିଳିଥିଲା। ରାତି ୯ଟା ୧୫ ମିନିଟରେ ଏହି ବ୍ଲକ୍ ଅନ୍ତର୍ଗତ ମହରାପଦର ପଞ୍ଚାୟତ ବାଘଝରନ ଗାଁରେ ହାତୀ ଆକ୍ରମଣରେ ବାସନ୍ତୀ ଅଙ୍ଗରିଆ ନାମ୍ନୀ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ଲାଠୋର ଗାଁର ମୁଖ୍ୟ ରାସ୍ତାରେ ଶନିବାର ଭୋର୍ରେ ହାତୀ ଦୁଇଟି ଯାଉଥିବା ଦେଖିବାକୁ ମିଳିଥିଲା। ନିକଟବର୍ତ୍ତୀ ନୂଆପଡ଼ା ଜିଲ୍ଲା ସୀମାନ୍ତ କୋମନା ଅଞ୍ଚଳରୁ ଦୁଇ ହାତୀ ଆସିଥିଲେ। ଲାଠୋର ଗ୍ରାମ ଭିତର ଦେଇ ରେଳ ଫାଟକ ଅତିକ୍ରମ କରିବା ପରେ ମୁଖ୍ୟ ରାସ୍ତାରେ ଯାଇଥିଲେ। ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ବନ କର୍ମଚାରୀମାନେ ସୁରକ୍ଷିତ ଭାବେ ହାତୀ ଦୁଇଟିକୁ ଘଉଡ଼ାଇ ଥିଲେ। ହାତୀ ଆସିବା ଖବର ପାଇ ବିଦ୍ୟୁତ ବିଭାଗ ତୁରନ୍ତ ବିଦ୍ୟୁତ ସରବରାହ ବନ୍ଦ କରିଥିଲା।