କଟକ: ନଭେମ୍ବର ୫ ତାରିଖରୁ ଆରମ୍ଭ ହେଉଥିବା ୧୯ ବର୍ଷରୁ କମ୍ କୁଚ୍ବେହାର ଟ୍ରଫି ପାଇଁ ଓଡ଼ିଶା ଦଳର ଘୋଷଣା କରାଯାଇଛି। ବିହାର ଓ ମଣିପୁରରେ ଖେଳାଯିବାକୁ ଥିବା ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଏହି ଦଳ ଘୋଷିତ ହୋଇଛି। ସାଇଦୀପ ମହାପାତ୍ରଙ୍କୁ ଏହି ଦୁଇ ମ୍ୟାଚ୍ ପାଇଁ ଅଧିନାୟକ ନିଯୁକ୍ତ କରାଯାଇଥିଲା ବେଳେ ଆଶୀର୍ବାଦ ସ୍ବାଇଁଙ୍କ ସହିତ ଦିବ୍ୟଜ୍ୟୋତି ପଟ୍ଟନାୟକ ଦ୍ବିତୀୟ ୱିକେଟ୍ ରକ୍ଷକ ଭାବେ ସ୍ଥାନ ପାଇଛନ୍ତି। ୫ ତାରିଖରେ ବିହାର ଓ ୧୨ ତାରିଖରେ ମଣିପୁର ବିପକ୍ଷରେ ଓଡ଼ିଶା ଖେଳିବା ପରେ ଲିଗ୍ ପର୍ଯ୍ୟାୟର ଶେଷ ୩ ମ୍ୟାଚ୍ ଓଡ଼ିଶାରେ ଅନୁଷ୍ଠିତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ଦଳ: ସାଇଦୀପ ମହାପାତ୍ର (ଅଧିନାୟକ), ଆର୍ଚ୍ଚିସମାନ୍ ପଟ୍ଟନାୟକ, ପାନକଳା ଶଶାଙ୍କ, ଶ୍ରେୟାଂଶ ଭରଦ୍ବାଜ୍, ମହମ୍ମଦ ସୋହେଲ, ସୁଜଲ କୁମାର ସିଂହ, ଦିବ୍ୟଜ୍ୟୋତି ପଟ୍ଟନାୟକ, ଆଶୀର୍ବାଦ ସ୍ବାଇଁ, ଅଂଶୁମାନ ସାହୁ, ଆଦିତ୍ୟ ଜୟସିଂହ, ସାଇ ପ୍ରୟାସ ପଟ୍ଟନାୟକ, ଆଶୁତୋଷ ମାରାଣ୍ଡି, ରିତେଶ ପ୍ରିୟରଂଜନ, ଶୋଭନ୍ଦେବ ବେହେରା, ଶ୍ରେଷ୍ଠ ସିଂହ, ସ୍ବୟଂ ରାଉତରାୟ।