ଏହି ଶସ୍ତା ମୋବାଇଲରେ ରହିଛି ପ୍ୟାନିକ୍‌ ବଟନ, ବିପଦ ସମୟରେ ଚିପିଲେ ସାହାଯ୍ୟ ପହଞ୍ଚିବ

ନୂଆଦିଲ୍ଲୀ: ଆଜିକାଲି ଆମ ସମାଜରେ ନାରୀ ସୁରକ୍ଷା ସ୍ଥିତି ବେଶ ଚିନ୍ତା ଜନକ ହୋଇପଡିଛି । ସରକାରଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଏ ସଂପର୍କିତ ମାମଲାଗୁଡ଼ିକ କମିବାର ନାଁ ଧରୁନାହିଁ । କିନ୍ତୁ ଏ ସମସ୍ୟାର ଏକ ସମାଧାନ ନେଇ ଆସିଛି ଏକ ମୋବାଇଲ ଫୋନ କମ୍ପାନି ।

ଶସ୍ତାଦରରେ ଫିଚର ଫୋନ ଯୋଗାଉଥିିବା କମ୍ପାନି ଡିଟେଲ ପକ୍ଷରୁ  ୪ଟି ନୂଆ ଫିଚର ଫୋନ ବଜାରକୁ ଛଡ଼ାଯାଇଛି ।  ଏଗୁଡ଼ିକର ନାଁ ହେଉଛି ଡି୧ ବୁମ,ଡି୪ ପ୍ରାଇମ, ଡି୧୨୦ ଓ ଡି୫୦୦ ।  ଡି୧ ବୁମ ଓ ଡି୪ ପ୍ରାଇମର ମୂଲ୍ୟ ଯଥାକ୍ରମେ ୫୯୯ ଓ ୬୯୯ ଟଙ୍କା ଥିବାବେଳେ ଉଭୟ  ଡି୧୨୦ ଓ ଡି୫୦୦ର ମୂଲ୍ୟ  ୬୪୯ ଟଙ୍କା ରହିଛି । ଅନ୍ୟ ଫିଚର ଫୋନ ପରି ଏଥିରେ ପ୍ରାୟ ସବୁ ସୁବିଧା ସୁଯୋଗ ଥିବାବେଳେ କେବଳ ଗୋଟିଏ ସ୍ୱତନ୍ତ୍ର ଫିଚର ଏହାକୁ ଅନ୍ୟମାନଙ୍କଠାରୁ ଅଲଗା କରେ । ତାହା ହେଉଛି ପ୍ୟାନିକ୍‌ ବଟନ ବା ସତର୍କ ବୋତାମ । ମହିଳା ସୁରକ୍ଷା ପାଇଁ ଭାରତ ସରକାର ଜାରି କରିଥିବା ନିୟମାବଳୀକୁ ଲକ୍ଷ୍ୟ ରଖି ଏହି ବ୍ୟବସ୍ଥା କରାଯାଇଛି । ଏହି ମୋବାଇଲରେ ଥିବା  ୫ ନମ୍ବର ବୋତାମଟି ହେଉଛି ପ୍ୟାନିକ୍‌ ବଟନ ।  ଜରୁରୀ ପରିସ୍ଥିତିରେ ବା ବିପଦ ସମୟରେ ଏହାକୁ ଚିପିଲେ  ୧୧୨ ନମ୍ବରକୁ ୫ଟି କଲ ଯିବ । ଏହା ପରେ ୫ଟି ଏସଏମଏସ ପୋଲିସ୍‌ କଣ୍ଟ୍ରୋଲ ରୁମକୁ ଯିବ ।  ଏହାପରେ ଆଉ ୩ରୁ ୫ଟି ମେସେଜ୍‌ ସଂପୃକ୍ତ ବ୍ୟକ୍ତିର ପରିବାର ଲୋକଙ୍କ ପାଖକୁ ଯିବ ।  ଏହା ଫଳରେ ଉକ୍ତ ବ୍ୟକ୍ତି ବା ମହିଳାଙ୍କ ପାଖକୁ ଠିକ ସମୟରେ ସାହାଯ୍ୟ ପହଞ୍ଚିପାରିବ ।  ବିଟେଲ୍‌ ଏହି ପ୍ୟାନିକ୍‌ ବଟନ ବ୍ୟବସ୍ଥା ଥିବା ମୋବାଇଲ ଲଞ୍ଚ୍‌ କରିବାରେ ପ୍ରଥମ କମ୍ପାନି ହୋଇପାରିଛି ।

 

 

ସମ୍ବନ୍ଧିତ ଖବର