୬ ଦେଶକୁ ୯୯,୧୫୦ ଟନ୍ ପିଆଜ ରପ୍ତାନି ଅନୁମତି

ନୂଆଦିଲ୍ଲୀ: ୬ଟି ଦେଶକୁ ୯୯,୧୫୦ ଟନ୍‌ ପିଆଜ ରପ୍ତାନି କରିବା ପାଇଁ ଆଜି କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ସେହି ଦେଶଗୁଡ଼ିକ ହେଲା ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ୍‌ସ (ୟୁଏଇ), ଭୁଟାନ, ବାହାରିନ, ମରିସସ୍‌, ଓ ଶ୍ରୀଲଙ୍କା। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ପୂର୍ବରୁ ସରକାର ୨୦୦୦ ଟନ୍ ଧଳା ପିଆଜ ମଧ୍ୟପ୍ରାଚ୍ୟ ଏବଂ କେତେକ ୟୁରୋପୀୟ ଦେଶକୁ ରପ୍ତାନି ପାଇଁ ଅନୁମତି ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଦେଶରେ ପିଆଜ ଉତ୍ପାଦନ ଓ ଉପଲବ୍ଧତା ହ୍ରାସ ପାଇବାରୁ ଗତବର୍ଷ ଡିସେମ୍ବର ୮ ତାରିଖରୁ ରପ୍ତାନି ଉପରେ କଟକଣା ଲଗାଯାଇଥିଲା।

ସମ୍ବନ୍ଧିତ ଖବର