ନାରାୟଣମୂର୍ତ୍ତିଙ୍କ ନାତି ସର୍ବକନିଷ୍ଠ କୋଟିପତି: ୪ ମାସର ଶିଶୁ ୨୪୦ କୋଟିର ମାଲିକ

ନୂଆଦିଲ୍ଲୀ: ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ଏନ୍ ଆର୍‌ ନାରାୟଣମୂର୍ତ୍ତିଙ୍କ ଚାରି ମାସର ନାତି ଏକାଗ୍ର ରୋହନ ମୂର୍ତ୍ତି ହେଉଛନ୍ତି ଦେଶର ସର୍ବକନିଷ୍ଠ ମିଲିଓନେୟାର (କୋଟିପତି)। ଜେଜେ ବାପା ନାରାୟଣମୂର୍ତ୍ତି ଏକାଗ୍ରଙ୍କୁ ୧୫,୦୦,୦୦୦ ସେୟାର ଉପହାର ଦେଇଛନ୍ତି ଯାହାର ମୂଲ୍ୟ ହେଉଛି ୨୪୦ କୋଟି ଟଙ୍କା। ଇନ୍‌ଫୋସିସ୍‌ର ୦.୦୪ ପ୍ରତିଶତ ସେୟାର ଏକାଗ୍ରଙ୍କୁ ଦିଆଯାଇଛି। ରୋହନ ମୂର୍ତ୍ତି ଓ ଅପର୍ଣ୍ଣା କ୍ରିଷ୍ଣନଙ୍କ ପୁଅ ଏକାଗ୍ରଙ୍କ ଜନ୍ମ ୨୦୨୩ ନଭେମ୍ବରରେ ହୋଇଥିଲା। ମହାଭାରତର ଚରିତ୍ର ଅର୍ଜୁନଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ରୋହନଙ୍କ ପୁଅ ନାମ ଏକାଗ୍ର ରଖାଯାଇଛି। ଯାହା ହେଉଛି ଏକ ସଂସ୍କୃତ ଶବ୍ଦ।

ଏକାଗ୍ର ହେଉଛି ଅତୁଟ ଧ୍ୟାନ ଓ ସଂକଳ୍ପ। ନାରାୟମୂର୍ତ୍ତିଙ୍କ ଝିଅ ଅକ୍ଷତା ମୂର୍ତ୍ତି ଓ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ମଧ୍ୟ ଦୁଇ ଝିଅ ରହିଛନ୍ତି।
ବର୍ତ୍ତମାନ ଇନ୍‌ଫୋସିସ୍‌ରେ ଅକ୍ଷତାଙ୍କ ୧.୦୫ ପ୍ରତିଶତ ସେୟାର ଥିବା ବେଳେ ନାରାୟଣମୂର୍ତ୍ତିଙ୍କ ପତ୍ନୀ ସୁଦ୍ଧା ମୂର୍ତ୍ତିଙ୍କ ୦.୯୩ ପ୍ରତିଶତ ଓ ରୋହନଙ୍କ ୧.୬୪ ପ୍ରତିଶତ ସେୟାର ରହିଛି। ୧୯୮୧ରେ ଅନ୍ୟ ଛଅ ଜଣ ବନ୍ଧୁଙ୍କ ସହ ମିଶି ଇନ୍‌ଫୋସିସ୍‌କୁ ନାରାୟଣମୂର୍ତ୍ତି ପ୍ରତିଷ୍ଠା କରିଥିଲେ। ଆମେରିକାରେ ବସବାସ କରିଥିବା ଲାଗି ଅଶୋକ ଅରୋରା ୧୯୮୯ରେ କମ୍ପାନି ଛାଡ଼ିଥିଲେ। ଅନ୍ୟ ସମସ୍ତ ସହ ପ୍ରତିଷ୍ଠାତା ପରବର୍ତ୍ତୀ ସମୟରେ ବିଲିଓନେୟାର (୧୦୦ କୋଟି ସମ୍ପତ୍ତିର ମାଲିକ) ହୋଇପାରିଛନ୍ତି।

ସମ୍ବନ୍ଧିତ ଖବର