ଛାତ୍ର ଭିସାରେ କାନାଡା ଯାଇଥିଲେ ହରଦୀପ ସିଂ ନିଜାରଙ୍କ ହତ୍ୟା ଅଭିଯୁକ୍ତ

ଓଟ୍ଟାୱା: ଗତବର୍ଷ ବ୍ରିଟିଶ କଲମ୍ବିଆରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ସହ ଜଡିତ ଅନ୍ୟତମ ସନ୍ଦିଗ୍ଧ ସୋସିଆଲ ମିଡିଆ ଭିଡିଓରେ କହିଛନ୍ତି ଯେ ସେ ‘ଷ୍ଟଡି ପର୍ମିଟ୍‌’ (ପାଠ ପଢ଼ିବା ପାଇଁ ଅନୁମତି)ରେ କାନାଡାକୁ ପ୍ରବେଶ କରିଥିଲେ।

୨୦୧୯ ମସିହାରେ ଅନଲାଇନରେ ପୋଷ୍ଟ କରାଯାଇଥିବା ଏକ ଭିଡିଓରେ ଅଭିଯୁକ୍ତ କରଣ ବ୍ରାର କହୁଥିବାର ଶୁଣିବାକୁ ମିଳିଛି ଯେ ସେ ପଞ୍ଜାବର ବାଠିଣ୍ଡାସ୍ଥିତ ଏଥିକ୍ ୱର୍କସ୍ ଇମିଗ୍ରେସନ୍ ସର୍ଭିସେସ୍ ମାଧ୍ୟମରେ ଛାତ୍ର ଭିସା ପାଇଁ ଆବେଦନ କରିଛନ୍ତି।

ପରବର୍ତ୍ତୀ ସମୟରେ ତାଙ୍କୁ ତାଙ୍କର ଛାତ୍ର ଭିସା ମିଳିଥିଲା। ସେ ପଞ୍ଜାବୀ ଭାଷାରେ କରିଥିବା ପ‌ୋଷ୍ଟ୍‌ର ଅନୁବାଦ କରି ଗ୍ଲୋବାଲ୍ ନ୍ୟୁଜ୍ ଏହି ତଥ୍ୟ ପ୍ରକାଶ କରିଛି। ଏପରିକି ଏଥିକ୍ ୱର୍କସର ଫେସ୍‌ବୁକ୍‌ ପେଜ୍‌ରେ ପ୍ରମୋସନ ଭାବେ କରଣଙ୍କ ଫଟୋ ଓ ଭିଡିଓ ବି ପୋଷ୍ଟ୍‌ କରାଯାଇଥିଲା।

ଭିଡିଓ ତଳେ ଥିବା କ୍ୟାପସନରେ ଲେଖାଯାଇଥିଲା ଯେ ‘‘କାନାଡାକୁ ଅଧ୍ୟୟନ ଭିସାରେ ଯାଉଥିବା କରଣ ବ୍ରାରଙ୍କୁ ଅଭିନନ୍ଦନ। କୋଟ୍‌କାପୁରର ଅନ୍ୟ ଜଣେ ଆନନ୍ଦିତ କ୍ଲାଇଣ୍ଟ୍‌ ଅନ୍ତର୍ଜାତୀୟ ଖବର ପାଲଟିଲେ।’’

ନିକଟରେ କଲମ୍ବିଆରେ ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ସହ ଜଡିତ ଏକ ହିଟ୍ ସ୍କ୍ବାଡ୍‌ର ତିନିଜଣ ସଦସ୍ୟଙ୍କୁ ଶୁକ୍ରବାର ଦିନ କାନାଡା ପୁଲିସ ଗିରଫ କରିଛି। ରୟାଲ କନ୍ନଡୀୟ ମାଉଣ୍ଟେଡ ପୁଲିସ ତିନି ଅଭିଯୁକ୍ତ କରଣପ୍ରୀତ ସିଂ( ୨୮) କମଲପ୍ରୀତ ସିଂ (୨୨) ଏବଂ କରଣ ବ୍ରାର (୨୨)ଙ୍କୁ ଗିରଫ କରିଥିବା ସୂଚନା ମିଳିବା ପରେ ସେମାନେ କିପରି କାନାଡା ଯାଇଥି‌ଲେ ବୋଲି ପ୍ରଶ୍ନ ଉଠିଥିଲା

ସମ୍ବନ୍ଧିତ ଖବର