ବିଶ୍ବର ୧୦ ବ୍ୟସ୍ତବହୁଳ ବିମାନ ବନ୍ଦରରେ ଆମେରିକାର ୮ଟି

ୱାସିଂଟନ: ବିଶ୍ବର ସବୁଠୁ ଅଧିକ ବ୍ୟସ୍ତବହୁଳ ୧୦ଟି ବିମାନ ବନ୍ଦରର ତାଲିକା ଏୟାରପୋର୍ଟସ କାଉନସିଲ ଇଣ୍ଟରନ୍ୟାସନାଲ (ଏସିଆଇ) ପକ୍ଷରୁ ପ୍ରକାଶ କରାଯାଇଛି। ୨୦୨୧ ମସିହାର ଟ୍ରାଫିକ ତଥ୍ୟଙ୍କୁ ନେଇ ଏହି ରୢାଙ୍କ ତିଆରି ହୋଇଛି। ଏଥିରେ ଆମେରିକାର ୮ଟି ବିମାନ ବନ୍ଦର ଏବଂ ଚୀନର ଦୁଇଟି ବିମାନ ବନ୍ଦର ସ୍ଥାନ ପାଇଛନ୍ତି। ପ୍ରଥମ ସ୍ଥାନରେ ଆଟଲାଣ୍ଟା ବିମାନବନ୍ଦ ରହିଛି। ଏହି ବିମାନ ବନ୍ଦର ମାଧ୍ୟମରେ ଯାତ୍ରୀ ଯାଆସ ସଂଖ୍ୟା ୭,୫୭,୦୪,୭୬୦ ରହିଛି। ଏହାପଛକୁ ଯଥାକ୍ରମେ ଆମେରିକା ଡଲାସ, ଡେନଭର, ସିକାଗୋ, ଲସ ଏଞ୍ଜେଲସ, ଚାରଲୋଟି, ଓରଲାଣ୍ଡୋ ଦ୍ବିତୀୟରୁ ସପ୍ତମ ସ୍ଥାନ ମଧ୍ୟରେ ରହିଛନ୍ତି। ଚୀନର ଗୁଆଙ୍ଗଝୁ ଏବଂ ଚେଙ୍ଗଡ଼ୁ ଯଥାକ୍ରମେ ଅଷ୍ଟମ ଏବଂ ନବମ ସ୍ଥାନରେ ଥିବାବେଳେ ଆମେରିକା ଲାସ ଭେଗାସ ଦଶମ ସ୍ଥାନରେ ରହିଛି।

ସମ୍ବନ୍ଧିତ ଖବର