ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ଜଣେ ଗିରଫ

ଭୁବନେଶ୍ବର: ୟୁନିଟ୍‌-୪ ମଧୁସୂଦନ ନଗର ସ୍ଥିତ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ନିକଟରେ ଅଜୟ ଦାସ ନାମକ ଜଣେ ସାମ୍ବାଦିକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାରେ ଖାରବେଳନଗର ଥାନା ପୁଲିସ ଜଣକୁ ଗିରଫ କରିଛି। ସେ ହେଲା ପୁରୁଣା ଏଜି କଲୋନିର ଅଭିଷେକ ବେହେରା(୨୩) ।
ସୂଚନା ମୁତାବକ, କିଛିଦିନ ତଳେ ଅଜୟ ନିଶା କାରବାର ନେଇ ଏକ ଖବର ପ୍ରକାଶ କରିଥିଲେ। ଯାହାକୁ ନେଇ କିଛି ଯୁବକ ତାଙ୍କ ଉପରେ କ୍ଷୁବ୍ଧ ଥିଲେ। ୨୦ ତାରିଖରେ ସେ ମାର୍କେଟ ଅସୁଥିବା ବେଳେ ଅଭିଷେକ ଓ ତା’ର କିଛି ସହଯୋଗୀ ମିଶି ଅଜୟଙ୍କୁ ମାଡ଼ ମାରିଥିଲେ। ଅଜୟଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଆଜି ପୁଲିସ ଅଭିଷେକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର