ନାବାଳିକାଙ୍କୁ ଅପହରଣ, ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ ପୀଡ଼ିତାଙ୍କ ପରିବାର

ଭୁବନେଶ୍ବର: କଟକ ସଦର ଥାନା ଅଞ୍ଚଳର ଜଣେ ନାବାଳିକା ଅପହରଣକୁ ମାସେ ବିତିଯାଇଥିଲେ ମଧ୍ୟ ତାଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ଖୋଜ୍‌ ଖବର ମିଳିନାହିଁ। ଝିଅକୁ ଫେରି ପାଇବା ପାଇଁ ନାବାଳିକାଙ୍କ ପରିବାର ଲୋକ ବାରମ୍ବାର ଥାନାକୁ ଦୌଡ଼ି ନେହୁରା ହୋଇଥିଲେ ବି ପୁଲିସ କାର୍ଯ୍ୟାନୁଷ୍ଠାନ ବଦଳରେ ଚୁପ୍‌ ରହିଛି। ଶେଷରେ ନିରାଶ ହୋଇ ନାବ‌ାଳିକାଙ୍କ ପରିବାର ଲୋକ ଆଜି ପୁଲିସ କମିସନରଙ୍କ କାର୍ଯ୍ୟାଳୟରେ ଧାରଣାରେ ବସିଥିଲେ। ପରେ ପୁଲିସ କମିସନର ସତ୍ୟଜିତ ମହାନ୍ତି ପୀଡ଼ିତାଙ୍କ ପରିବାରକୁ ଭେଟି ଅଭିଯୋଗ ଗ୍ରହଣ କରିଥିଲେ। ସପ୍ତାହକ ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯିବା ସହ ନାବ‌ାଳିକାଙ୍କୁ ଉଦ୍ଧାର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସେମାନେ ଧାରଣାରୁ ଓହରି ଥିଲେ।

ସୂଚନା ମୁତାବକ, ଗତ ଅପ୍ରେଲ୍‌ ୨୦ ତାରିଖ ରାତି ପ୍ରାୟ ୧୨ଟା ସମୟରେ ନାବାଳିକା ଜଣଙ୍କ ପରିସ୍ରା କରିବାକୁ ଘର ବାହାରକୁ ଆସିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକ ବାହାରକୁ ଆସି ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କୁ ପାଇ ନଥିଲେ। କେହି ତାଙ୍କୁ ଅପହରଣ କରି ନେଇଥିଲା। ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର