ୟୁପିରେ ୫ ବର୍ଷର ବାଳକ ସହ ଦୁଷ୍କର୍ମ,ଭିଡିିଓ ଭାଇରାଲ

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଶିଶୁମାନଙ୍କ ପ୍ରତି ଶାରୀରିକ ନିର୍ଯାତନା ଓ ଦୁଷ୍କର୍ମ ବଢ଼ିବାରେ ଲାଗିଛି। ସେହିପରି ଏକ ଘଟଣା ନଜର ଆସିଛି ଉତ୍ତରପ୍ରଦେଶର ଶ୍ୟାମଲୀ ଜିଲ୍ଲାରେ। ଏକ ୫ ବର୍ଷର ବାଳକ ସହ ଦୁଷ୍କର୍ମର ଏକ ଭିଡିିଓ ଭାଇରାଲ ହେବାପରେ ଦୋଷୀକୁ ଗିରଫ କରିଛି ପୁଲିସ। ପୀଡ଼ିତଙ୍କ ବାପା ଗତକାଲି ଘଟଣା ସମ୍ବନ୍ଧରେ ପୋଲିସକୁ ଅଭିଯୋଗ କରିଥିଲେ ବୋଲି କହିଛନ୍ତି ସର୍କଲ ଅଫିସର ରାଜେଶ ତିଓ୍ଵାରି।
ଅଭିଯୋଗ ଅନୁଯାୟୀ, ୨୧ ବର୍ଷିୟ ଇନ୍ଦର କୁମାର ଦୁଇ ଦିନ ପୂର୍ବେ ତାଙ୍କ ଘର ବାହାରେ ଖେଳୁଥିବା ବାଳକକୁ ବାହାନା କରି ଭିତରକୁ ଡ଼ାକିଥିଲେ। ଏହାପରେ ସେ ବାଳକ ସହ ଦୁଷ୍କର୍ମ କରି ତାହାର ଏକ ଭିଡ଼ିଓ ପ୍ରସ୍ତୁତ କରିଥିଲେ ।
ଥାନାରେ ଅଭିଯୋଗ ହେବାପରେ ପୁଲିସ  ଇନ୍ଦର କୁମାରକୁ ଗିରଫ କରି ଜେଲ ପଠାଇଛି । ତେବେ ଆଜିକାଲି ଲୋକଙ୍କ ମଧ୍ୟରେ କ୍ରମଶଃ ଅମାନୁଷିକତା ସୀମା ପାର ହେବାରେ ଲାଗିଛି। ଶାରୀରିକ ଲାଳସା ପାଇଁ ଧୀରେ ଧୀରେ ମଣିଷ ପଶୁ ଭଳି ଆଚରଣ କରୁଛି।

ସମ୍ବନ୍ଧିତ ଖବର