ଷ୍ଟେସନ୍‌ରେ ଭିକ ମାଗୁଥିବା ନାବାଳିକା ଭିକାରୀ ଘରୁ ମିଳିଲା ୨ଲକ୍ଷ ନଗଦ ଟଙ୍କା ଓ ମୂଲ୍ୟବାନ ଗହଣା

ସୁରତ: ସୁରତ ରେଳଷ୍ଟେସନ୍‌ରେ ଯାତ୍ରୀଙ୍କୁ ଭିକ ମାଗୁଥିବା ଜଣେ ନାବାଳିକା ଭିକାରୀ ଘରୁ ପୁଲିସ ଲକ୍ଷାଧିକ ନଗଦ ଟଙ୍କା ଓ ଗହଣା ଜବତ କରିଛି। ମଇ ୧୪ ତାରିଖରେ ପୁଲିସ ୧୪ବର୍ଷର ନାବାଳିକାକୁ ସୁରତ ଷ୍ଟେସନ୍‌ରୁ ଧରିଥିଲେ। ନାବାଳିକା ଷ୍ଟେସନ୍‌ରେ ଭିକ ମାଗୁଥିଲା। ଏହି ସମୟରେ ଆରପିଏଫ୍‌ ପୁଲିସର ଏହି ନାବାଳିକା ଉପରେ ସନ୍ଦେହ ହୋଇଥିଲା। ଏହାପରେ ଆରପିଏଫ୍‌ ପୁଲିସ ଉକ୍ତ ବାଳିକା ପାଖକୁ ଆସି ପଚରାଉଚରା କରିଥିଲା। ପଚରାଉଚରା ସମୟରେ ସତ୍ୟ ସାମ୍ନାକୁ ଆସିଲା।

ଏହି ନାବାଳିକାଟି ଭିକ ମାଗିବା ବାହାନରେ ଯାତ୍ରୀଙ୍କ ମନିପର୍ସ ଚୋରି କରିଥାଏ। ଆରପିଏଫ୍‌ ଯେତେବେଳେ ଏହି ନବାଳିକା ଘରକୁ ଯାଞ୍ଚ ପାଇଁ ଯାଇଥିଲେ ତାଙ୍କ ହୋସ ଉଡି ଯାଇଥିଲା। ଘରେ ଲକ୍ଷାଧିକ ଟଙ୍କା ସହିତ ବହୁ ମୂଲ୍ୟବାନ ଗହଣା ଥିବା ଦେଖିବାକୁ ପାଇଥିଲେ। ମହିଳାଙ୍କଠାରୁ ଚୋରାଇ ନେଇଥିବା ୧୦ଟି ପର୍ସ, ସୁନାର ମଙ୍ଗଳସୂତ୍ର, କାନର ଝୁମକା, ଚେନ୍‌, ଦୁଇଟି ମୁଦି ଆଦିକୁ ପୁଲିସ ଜବତ କରି ନେଇଛି।

ଆରପିଏଫ୍‌ର ଯାତ୍ରୀ ସୁରକ୍ଷା ନୀରିକ୍ଷକ ମୁକେଶ କୁମାର ସେନିଙ୍କ ତତ୍ତ୍ୱାବଧାନରେ ଏହି ଘଟଣାର ପୂରାପୂରି ଯାଞ୍ଚ କରାଯାଉଛି। ନାବାଳିକା ଓ ତାର ମାଆକୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର