ଦୁର୍ଘଟଣାରେ ଦିବ୍ୟାଙ୍ଗ ହୋଇଯିବା ପରେ ଗୋଟିଏ ହାତରେ ଚୋରି କରୁଥିବା ଚୋରକୁ କାବୁ କଲା ପୁଲିସ

ନୂଆଦିଲ୍ଲୀ: ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଭିନ୍ନକ୍ଷମ ଚୋର ଏକ ଆସବାବପତ୍ର ଦୋକାନରେ ପ୍ରବେଶ କରି ପ୍ରଥମେ ଏକ ଅନ୍ଧାର କୋଠରୀ ଭିତରେ ମାଚିସ୍ ଜଳାଉଛି। ଆଉ ତା’ପରେ ଲାପଟପ୍, ଆଇପ୍ୟାଡ୍ ଏବଂ ମୋବାଇଲ୍ ଆଦି ଚୋରି କରି ନେଉଥିବା ଦେଖିବାକୁ ମିଳିଛି। ଭିଡିଓ ଫୁଟେଜକୁ ଆଧାର କରି ଦକ୍ଷିଣ ଦିଲ୍ଲୀ ପୁଲିସ ଏହି ଚୋରକୁ ଗିରଫ କରିଛି।

ପୁଲିସ ସୁଚନାନୁସାରେ, ଏହି ସିସିଟିଭି ଫୁଟେଜ ୨୭ ଅଗଷ୍ଟରେ ସାମ୍ନାକୁ ଆସିଥିଲା। ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ଥିବା ଏକ ଆସବାବପତ୍ର ଦୋକାନରେ ପଶି ଏହି ଚୋର ଚୋରି କରିଥିଲା। ଯାଞ୍ଚ ପରେ ସେପ୍ଟେମ୍ବର ୧୦ରେ ଏକ ସୂଚନା ପାଇବା ପରେ ଅଭିଯୁକ୍ତଙ୍କୁ ଆନ୍ଧେରିଆ ମୋଡ ବସ୍ ଷ୍ଟାଣ୍ଡ ନିକଟରୁ ପୁଲିସ ଗିରଫ କରିଥିଲା। ଗିରଫ ୩୮ ବର୍ଷୀୟ ଅଭିଯୁକ୍ତଙ୍କ ନାମ ରାଜୁ ଏବଂ ସେ ଦିଲ୍ଲୀର କକରୋଲା ବାସିନ୍ଦା ବୋଲି ଜଣାପଡ଼ିଛି।

ଅଭିଯୁକ୍ତ ରାଜୁର ଡାହାଣ ହାତ  ଗ୍ରାମରେ ଏକ ଥ୍ରେସରରେ କାମ କରୁଥିବାବେଳେ କଟି ଯାଇଥିଲା। ରାଜୁ ପୂର୍ବରୁ ଗ୍ୟାସ୍ ସିଲିଣ୍ଡର ଚୋରି କରୁଥିଲା କିନ୍ତୁ ଏଥର ସେ ଦିନ ସମୟରେ ଆସବାବପତ୍ର ଦୋକାନର ଲୁହା ରଡ ଭାଙ୍ଗି ଭିତରେ ପଶି ଅନ୍ଧାର କୋଠରୀରେ ଏକ ମ୍ୟାଚିସ ଜଳାଇ ଚୋରି କରିଥିଲା |

ପୁଲିସ ଚୋରି ହୋଇଥିବା ଲାପଟପ, ଆଇପ୍ୟାଡ ଏବଂ ମୋବାଇଲକୁ ଅଭିଯୁକ୍ତ ନିକଟରୁ ଉଦ୍ଧାର କରିଛି। ଚୋରି କରିବା ପରେ ଚୋର ରାଜୁ ସାମଗ୍ରୀଗୁଡ଼ିକୁ କବାଡ଼ି ବାଲାକୁ ବିକ୍ରି କରି ଦେଉଥିଲା |

ସମ୍ବନ୍ଧିତ ଖବର